ୟୁରିଆ ସାର ପାଇଁ ବଣାଇରେ ପ୍ରବଳ ଭିଡ : ଗତରାତିରୁ ଲମ୍ବା ଲାଇନ ଲାଇନ ଲଗାଇଛନ୍ତି ଚାଷୀ; ସାମାଜିକ ଦୂରତାକୁ ଭୁଲିଗଲେ ଲୋକେ

69

କନକ ବ୍ୟୁରୋ : ସାର ପାଇଁ ଲମ୍ବା ଲାଇନ୍ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ସୁନ୍ଦରଗଡ ବଣାଇରେ ପ୍ରବଳ ଭିଡ । ଚାଷୀମାନେ ୟୁରିଆ ସାର ପାଇଁ ଗତ ରାତିରୁ ଲ୍ୟାମ୍ପସ ଆଗରେ ଧାଡି ଲଗାଇଥିବା ଜଣାପଡିଛି । ତେବେ ସବୁଠୁ ବଡ କଥା ହେଉଛି ସୁନ୍ଦରଗଡ ଜିଲ୍ଲାରେ କରୋନା ସଂକ୍ରମଣ ବଢ଼ି ଚାଲିଥିବାବେଳେ ଏଠାରେ କେହି ସାମାଜିକ ଦୂରତା ମାନୁ ନାହାଁନ୍ତି । ଏପରିକି ଲ୍ୟାମ୍ପସ କର୍ମଚାରୀମାନଙ୍କର ଏଥିପ୍ରତି ଧ୍ୟାନ ନାହିଁ । ତେଣୁ ପ୍ରଶ୍ନ ଉଠୁଛି ଯଦି ଏଠାରେ କରୋନା ସଂକ୍ରମଣ ବୃଦ୍ଧି ପାଏ ତେବେ ଏଥିପାଇଁ କିଏ ରହିବ ଦାୟୀ ।

Comments are closed.