କାର ପ୍ରେମୀଙ୍କ ପାଇଁ ଖୁସି ଖବର । ଖୁବ୍ କମ୍ ଦାମରେ ବଜାରକୁ ଆସୁଛି ଏହି ଇ-କାର । ଦାମ୍ ଜାଣିଲେ ଆଶ୍ଚର୍ଯ୍ୟ ହେବେ…

340

କନକ ବ୍ୟୁରୋ : ଦେଶରେ ବଢୁଥିବା ତୈଳ ଦର ଏବେ ସମସ୍ତଙ୍କ ଚିନ୍ତା ବଢାଇଦେଇଛି । ଲୋକେ ପେଟ୍ରୋଲ ଡିଜେଲ ଗାଡିଠୁ ମୁହଁ ଫେରାଇ ନେଉଛନ୍ତି । ଇ-ବାଇକ୍ କିମ୍ବା ଇ-କାର କିଣିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି । ଏହାରି ମଧ୍ୟରେ ବଜାରକୁ ଆସିବାକୁ ଯାଉଛି ସବୁଠୁ ଛୋଟ ଇଲେକ୍ଟ୍ରିକ୍ କାର୍ । ଯାହା କାର ପ୍ରେମୀଙ୍କ ପାଇଁ ବଡ ଉପହାର ବୋଲି କୁହାଯାଇ ପାରିବ ।
ମୁମ୍ବାଇର ଏକ ଷ୍ଟାଟ୍-ଅପ୍ କମ୍ପାନୀ ଷ୍ଟ୍ରୋମ୍-ମୋଟର୍ସ ଏପରି ଏକ ଇ-କାର ବଜାରକୁ ଛାଡିବାକୁ ଯାଉଛି ଯାହା ଦୁନିଆର ସବୁଠୁ ସସ୍ତା କାର୍ ବୋଲି କମ୍ପାନୀ ଦାବି କରିଛି । ଏହି କାରର ନାଁ ରଖିଛି ଷ୍ଟ୍ରୋମ୍-ଆର୩ । ଯଦି କୌଣସି ଗ୍ରାହକ ଏହି କାରକୁ କିଣିବାକୁ ଚାହୁଁଛନ୍ତି ତେବେ ଏହାର ଅଫିସିଆଲ ୱେବସାଇଟକୁ ଯାଇ ମାତ୍ର ୧୦ ହଜାର ଟଙ୍କା ଦେଇ ବୁକିଂ କରିପାରିବେ । ଏବେବି ଜାରି ରହିଛି ବୁକିଂ । ତେବେ ପ୍ଲାନ୍ ରହିଛି ଏହି କାରକୁ ପ୍ରଥମେ ମୁମ୍ବାଇ ଏବଂ ଦିଲ୍ଲୀରେ ଲଞ୍ଚ କରିବା ପାଇଁ ।
ଯଦି ଆମେ ଏହି କାରର ଲୁକ୍ କଥା କହିବା, ଏହି କାରଟି ଥ୍ରୀ-ହ୍ୱିଲର । ଅର୍ଥାତ୍ ଏହାର ତିନୋଟି ଚକ ରହିଛି । କିନ୍ତୁ ସବୁଠୁ ବଡ କଥା ହେଉଛି ଏହା ଦେଖିବାକୁ କୌଣସି ତିନି ଚକିଆ ଅଟୋ ଭଳି ଆଦୌଂ ନୁହେଁ । ଏହା ସମ୍ପୁର୍ଣ୍ଣ ଓଲଟା । ତିନି ଚକିଆ ଜାନରେ ପଛରେ ଦୁଇଟି ଚକ ଆଗରେ ଗୋଟିଏ ଥିବା ବେଲେ ଏହି କାରରେ ଆଗରେ ଦୁଇଟି ଚକ ପଛରେ ଗୋଟିଏ ଚକ ରହିଛି । ଇଏତ ଥିଲା କାରର ଲୁକ୍ ବିଷୟରେ ଏବେ ଆସନ୍ତୁ ଜାଣିବା ଥରେ ଚାର୍ଜ ହେଲେ କାର କେତେ ଦୂର ଯାଇ ପାରିବ । କମ୍ପାନୀର କହିବା ଅନୁସାରେ ଏହି କାର ଗୋଟିଏ ଥର ଚାର୍ଜ ହେଲେ ୨ଶହ କିଲୋମିଟର ଯାଏଁ ଯାଇପାରିବ । ଏଥିରେ ୪ଜି କନେକ୍ଟେଡ୍ ଡାଇଗ୍ନୋଷ୍ଟିକ୍ ଇଞ୍ଜିନ୍ ଲାଗିଛି, ଯାହା ଚାଳକକୁ ଟ୍ରାକ୍ ଲୋକେଶନ ଏବଂ ଚାର୍ଜିଂ ଷ୍ଟାଟସ୍ ଦେବ ।
ତେବେ ବଜାରକୁ ଆସିବାକୁ ଯାଉଥିବା ଏହି ସସ୍ତା ଇ-ବାଇକର ମୂଲ୍ୟ ୪.୫ ଲକ୍ଷ ଟଙ୍କା ରହିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଆଉ ଏହାର ଟପ୍ ସ୍ପିଡ୍ ଘଣ୍ଟା ପ୍ରତି ୮୦ କିମି ରହିବ ।