କନକ ବ୍ୟୁରୋ: ପତ୍ନୀ ସରପଞ୍ଚ, ହେଲେ ପଞ୍ଚାୟତର ସର୍ବେସର୍ବା ସରପଞ୍ଚଙ୍କ ସ୍ୱାମୀ । ପଞ୍ଚାୟତ ଅଫିସ ମାଡ଼ନ୍ତି ନାହିଁ ସରପଞ୍ଚ, ସବୁକିଛି ସମ୍ଭାଳନ୍ତି ପ୍ରକ୍ସି ବା ଛାୟା ସରପଞ୍ଚ । ଏପରି ଏକ ମାମଲାର ବିଚାର କରି କଡ଼ା ଆଭିମୁଖ୍ୟ ଦେଖାଇଥିଲେ ହାଇକୋର୍ଟ । ଗତ ନଭେମ୍ବର ମାସରେ ଏ ନେଇ ପଞ୍ଚାୟତିରାଜ ବିଭାଗର ସଚିବଙ୍କୁ ନିର୍ଦ୍ଦେଶ ଦେଇ ଆକ୍ସନ ରିପୋର୍ଟ ଦେବାକୁ ତାଗିଦ କରିଥିଲେ ଉଚ୍ଚ ନ୍ୟାୟାଳୟ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଆକ୍ସନ ମୋଡକୁ ଆସିଛି ପଞ୍ଚାୟତିରାଜ ବିଭାଗ । ସଚିବ ସୁଶୀଲ କୁମାର ଲୋହାନୀ ଏ ନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ପ୍ରକ୍ସି ସରପଞ୍ଚଙ୍କ ସଂପର୍କରେ ଅଭିଯୋଗ ଆସିଲେ

Advertisment

- ନିୟମ ଅନୁଯାୟୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ
- ଅଭିଯୋଗକୁ ଯାଞ୍ଚଚ କରିବା ସହ ସରପଞ୍ଚ ଓ ପ୍ରକ୍ସି ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଚେତାବନୀ
- ଅଭିଯୋଗ ପ୍ରମାଣିତ ହେଲେ ସଂପୃକ୍ତ ସରପଞ୍ଚଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ
- ପ୍ରକ୍ସି ସରପଞ୍ଚଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ

ତେବେ ପଂଚାୟତ ନିର୍ବାଚନରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ରହିଛି । ତୃଣମୂଳ ସ୍ତରରେ ମହିଳାଙ୍କ ନେତୃତ୍ୱ ଓ ଭାଗିଦାରୀ ବୃଦ୍ଧି କରିବା ପାଇଁ ଏପରି ବ୍ୟବସ୍ଥା ହୋଇଛି । କିନ୍ତୁ ପ୍ରକ୍ସି ସରପଂଚ ପରମ୍ପରା ଏହି ଉଦ୍ଦେଶ୍ୟରେ ବାଧା ସୃଷ୍ଟି କରିଆସୁଛି ।