ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, ୩ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ କାମ କରିଥିବା ଅଧିକାରୀଙ୍କୁ ବଦଳି ନେଇ କଡ଼ାକଡ଼ି ହେଉ ନିୟମ । 

801

କନକ ବ୍ୟୁରୋ: ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ, ୩ବର୍ଷରୁ ଅଧିକ ସମୟ ଗୋଟିଏ ସ୍ଥାନରେ କାମ କରିଥିବା ଅଧିକାରୀଙ୍କୁ ବଦଳି ବେଳେ ନିୟମ କଡାକଡି କରାଯାଉ । ଜଣେ ଅଧିକାରୀଙ୍କୁ ସମାନ ଲୋକସଭା ନିର୍ବାଚନମଣ୍ଡଳୀରେ ଗୋଟିଏ ଜାଗାରୁ ଅନ୍ୟ ଏକ ଜାଗାକୁ ବଦଳି କରାନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି ଇଲେକ୍ସନ୍ କମିଶନ । ଆଗାମୀ ନିର୍ବାଚନ ପାଇଁ ନିୟମକୁ କଡାକଡି କରାଯିବା ଉପରେ କମିଶନ ଗୁରୁତ୍ୱ ଦେଇଛନ୍ତି ।

ଏହାସହ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟ କଗସ୍ତ କରୁଛନ୍ତି ନିର୍ବାଚନ କମିଶନର ।  ବିଭିନ୍ନ ରାଜନୈତିକ ଦଳ ସହ ପ୍ରଶାସନିକ ଅଧିକାରୀଙ୍କ ସହ ଆଲୋଚନା କରୁଛନ୍ତି । ଓଡିଶଶ ପରେ  ଏବେ ବିହାର ଗସ୍ତରେ ଅଛନ୍ତି । ମାର୍ଚ୍ଚ ପ୍ରଥମ ସପ୍ତାହରେ ନିର୍ବାଚନ କମିସନ ଜମ୍ମୁ-କାଶ୍ମୀର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେପଟେ ପଶ୍ଚିମବଙ୍ଗର ସମ୍ବେଦନଶୀଳ ବୁଥ୍ ଗୁଡ଼ିକର ତାଲିକା ମାଗିଛନ୍ତି । ନିର୍ବାଚନ ପାଇଁ କିଛି ମାସ ହେବ ପ୍ରସ୍ତୁତି ଚାଲିଥିବା ବେଳେ ଏବେ ଏହି ପ୍ରକ୍ରୀୟାକୁ ତ୍ୱରାନ୍ୱିତ କରାଯାଇଛି । ଏହାସହ  ନିର୍ବାଚନ କମିସନ ଏଥର ଆର୍ଟିଫିସିଆଲ ଇଂଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାର ସହାୟତା ନେବାକୁ ନିଷ୍ପତି ନେଇଛନ୍ତି । ସୋସିଆଲ ମିଡିଆ ଓ ଡିଜିଟାଲ ପ୍ଲାଟଫର୍ମରେ ମିଥ୍ୟା ତଥ୍ୟକୁ ଏଡ଼ାଇବା ପାଇଁ ଏଆଇର ସହାୟତା ନେବାଲାଗି ଏକ ବିଶେଷ ବିଭାଗ ଗଠନ କରାଯାଇଛି ।