କନକ ବ୍ୟୁରୋ : ଅନୁଗୁଳରେ ୧୨ ଘଂଟିଆ ବନ୍ଦ ପାଳନ । ୪ ଦଫା ଦାବି ନେଇ ଜନ ଜୀବନ ସୁରକ୍ଷା କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଥିବା ବେଳେ ଅନୁଗୁଳ ଓକିଲ ସଂଘ ବି ଏଥିରେ ସାମିଲ ହୋଇଛି । ତାଳଚେର ଠାରେ ନିର୍ମିତ ମେଡ଼ିକାଲ କଲେଜକୁ ଚାଲୁ କରିବା ଓ ହସ୍ପିଟାଲକୁ ଚଳିତ ବର୍ଷ ଠାରୁ ସରକାରୀ ପରିଚାଳନାରେ କାର୍ଯ୍ୟକ୍ଷମ କରିବା ପାଇଁ ଦାବି ହୋଇଛି ।
ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସୁପର ସ୍ପେସିଆଲିଟି ହସ୍ପିଟାଲ ଭାବେ ପରିଗଣିତ କରିବା ସହ ମେଡ଼ିକାଲ କଲେଜର ଉନ୍ନତି କରିବା ପାଇଁ ମଧ୍ୟ ଦାବି ହୋଇଛି । ଏହା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ତାଳଚେର, ପାଳଲହଡ଼ା, ଆଠମଲ୍ଲିକ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ ଗୁଡ଼ିକରେ ଡ଼ାକ୍ତର ଓ ନର୍ସ ପଦବୀ ପୂରଣ କରିବା ଦାବିରେ ୨୪ ଘଂଟିଆ ବନ୍ଦ ଡାକରା ଦିଆଯାଇଛି ।
Follow Us
/kanak/media/post_attachments/wp-content/uploads/2018/04/vlcsnap-2018-04-12-11h51m07s901-300x169.png)