କନକ ବ୍ୟୁରୋ : ୬ ଦିନରେ ପହଞ୍ଚିଛି ବିଦ୍ୟୁତ୍ କର୍ମଚାରୀଙ୍କ ଆନ୍ଦୋଳନ । ସର୍ବନିମ୍ନ ମଜୁରୀ ବୃଦ୍ଧି, ସମାନ କାର୍ଯ୍ୟକୁ ସମାନ ଦରମା, ଠିକା ଶ୍ରମିକ ମାନଙ୍କ ପାଇଁ ସ୍ୱତନ୍ତ୍ର ସର୍ବନିମ୍ନ ମଜୁରୀ ଆଦି ବିଭିନ୍ନ ଦାବି ନେଇ ଧାରଣା ଦେଇଛନ୍ତି ବିଦ୍ୟୁତ୍ କର୍ମଚାରୀ । ପୂର୍ବରୁ ମହାସଂଘ ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ଏବଂ ଟାଟା ପାୱାର ଉଦ୍ଦେଶ୍ୟରେ ୭ ଦଫା ଦାବିପତ୍ର ପ୍ରଦାନ କରିଥିଲେ । କିନ୍ତୁ ଏଯାଏଁ ଦାବି ପୂରଣ ହୋଇନଥିବାରୁ ଧାରଣା ଦେଇଛି ସଂଘ । ଯଦି ରାଜ୍ୟ ସରକାର ଆଜି ଦାବି ପୂରଣ ନକରନ୍ତି ତାହାଲେ ଆନ୍ଦୋଳନ ଜୋରଦାର କରିବାକୁ ସଂଘ ଚେତାବନୀ ଦେଇଛି ।
ଆସନ୍ତାକାଲି ଠାରୁ ସାରା ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି ସଂଘ । ଲୋୟର ପିଏମଜିରେ ନିଖିଳ ଓଡ଼ିଶା ବିଦ୍ୟୁତ୍ ମଜଦୁର ସଂଘର କର୍ମଚାରୀ ମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ଆନ୍ଦୋଳନରେ ୯ଟି ଜିଲ୍ଲାର ୨୦ଟି ଡିଭିଜନର କର୍ମଚାରୀ ସାମିଲ ହୋଇଛନ୍ତି ।