ତାପଜ ବିଦ୍ୟୁତ କାରଖାନା ଟିଟିପିଏସ ବନ୍ଦ ପ୍ରତିବାଦରେ ଆଜି ତାଳଚେରରେ ବନ୍ଦ ପାଳନ : କ୍ରିୟା ଅନୁଷ୍ଠାନ କମିଟି ପକ୍ଷରୁ ବନ୍ଦକୁ ସମର୍ଥନ ପାଇଁ ଜନସାଧାରଣକୁ ଅନୁରୋଧ

କାଲି ଅନୁଗୁଳରେ ବିଜେଡିର ୧୨ ଘଂଟିଆ ବନ୍ଦ ପାଳନରେ ସାମିଲ ହୋଇନଥିଲେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ

120

କନକ ବ୍ୟୁରୋ : ତାପଜ ବିଦ୍ୟୁତ କାରଖାନା ଟିଟିପିଏସ ବନ୍ଦ ପ୍ରତିବାଦରେ ଆଜି ତାଳଚେର ବନ୍ଦ । ଗତକାଲି ଅନୁଗୁଳରେ ୧୨ ଘଂଟିଆ ବନ୍ଦ ପାଳନ କରିଥିଲା ଜିଲ୍ଲା ବିଜେଡି । ଆଜି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ତାଳଚେର ବନ୍ଦ ଡାକରା ଦିଆଯାଇଛି । ବନ୍ଦକୁ ସଫଳ କରିବା ଲାଗି ଜନସାଧାରଣଙ୍କୁ ସାମିଲ ହେବାକୁ ଆହ୍ୱାନ କରିଛି କ୍ରିୟାନୁଷ୍ଠାନ କମିଟି ।

ସେପଟେ ଗତକାଲି ଅନୁଗୁଳ ବନ୍ଦରେ ସାମିଲ ହୋଇନଥିଲେ ଢେଙ୍କାନାଳ ସାଂସଦ ମହେଶ ସାହୁ । କୁହାଯାଉଛି ସାଂସଦଙ୍କ ନେତୃତ୍ୱରେ କ୍ରିୟାନୁଷ୍ଠାନ କମିଟି ପୂର୍ବରୁ ୮ ତାରିଖରେ ଅର୍ଥାତ ଆଜି ତାଳଚେର ବନ୍ଦ ପାଳନ କରିବାକୁ ଘୋଷଣା କରିଥିଲା । ହେଲେ ଏହାପୂର୍ବରୁ ଅନୁଗୁଳରେ ବନ୍ଦ ପାଳନ କଲା ଜିଲ୍ଲା ବିଜେଡି । ଯାହାକୁ ନେଇ ସାଂସଦ ଓ ଜିଲ୍ଲା ବିଜେଡି ମଧ୍ୟରେ ସମନ୍ୱୟ ନଥିବା ବିଜେପି ଅଭିଯୋଗ କରିଛି । ଅନ୍ୟପକ୍ଷରେ ସାଂସଦ ମହେଶ ସାହୁଙ୍କ କହିବା ହେଲା ଟିଟିପିଏସ ଚଳାଇବା ପାଇଁ ଯେତେ ଅଧିକ ଚାପ ପଡିବ ସେତେ ଭଲ ।