କନକ ବ୍ୟୁରୋ : କବରଖାନାରେ ଜଣେ କୋଭିଡ ଆକ୍ରାନ୍ତଙ୍କ ମୃତ ଶରୀର ପୋତିବାକୁ ନେଇ ଉତ୍ତେଜନା ଓ ରାସ୍ତାରୋକ । ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧୪ରେ ମୁସଲମାନ ସମ୍ପ୍ରଦାୟର ଲୋକମାନଙ୍କ ଶବ ସଂସ୍କାର ପାଇଁ ରହିଛି କବରଖାନା । କିନ୍ତୁ ଗତ କିଛି ମାସ ଧରି ଏହି କବରଖାନାରେ କରୋନାରେ ମୃତ୍ୟୁବରଣ କରିଥିବା ମୁସଲମାନ ସମ୍ପ୍ରଦାୟର ଲୋକଙ୍କୁ ଏଠାରେ ପୋତା ଯାଉଥିଲା ।
ତେବେ ଆଜି ଜଣେ କୋଭିଡ ମୃତକଙ୍କୁ ଏଠାରେ ପୋତା ଯିବାକୁ ନେଇ ସ୍ଥାନୀୟ ଲୋକେ ମରଶରୀର ଆଣିଥିବା ଗାଡିଟିକୁ ଅଟକାଇବା ସହ ତୁଳସୀଚୌରା-କାଳୀମନ୍ଦିର ରାସ୍ତାକୁ ଅବରୋଧ କରିଦେଇଥିଲେ । ଖବର ପାଇ ବାରିପଦା ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଥାନା ଅଧିକାରୀ ବୀରେନ୍ଦ୍ର ସେନାପତି ଲୋକଙ୍କ ସହ ବୁଝାସୁଝା କରିଥିଲେ। ଆସନ୍ତାକାଲି ଉପଜିଲ୍ଲାପାଳଙ୍କ ନିକଟକୁ ଆସି ଉକ୍ତ ସମସ୍ୟାର ସମାଧାନ କରାଯିବାର ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/IMG-20210603-WA0023.jpg)