ଆନ୍ଦୋଳନରେ କରୋନା ଯୋଦ୍ଧା । ସ୍ଥାୟୀ ନିଯୁକ୍ତି ଦାବିରେ ବୁର୍ଲା ମେଡ଼ିକାଲର ଏଏନଏମ୍ କର୍ମୀଙ୍କ ଧାରଣା

52

କନକ ବ୍ୟୁରୋ: ସ୍ଥାୟୀ ନିଯୁକ୍ତି ଦାବିରେ ସମ୍ବଲପୁର ବୁର୍ଲାରେ କୋଭିଡ଼ ଯୋଦ୍ଧାଙ୍କ ଆନ୍ଦୋଳନ । ଧାରଣାରେ ବସିଛନ୍ତି ବୁର୍ଲା ମେଡ଼ିକାଲର ୫୦ ଅଧିକ ଏଏନଏମ୍ କର୍ମୀ । ମହାମାରୀ ସମୟରେ ଜୀବନକୁ ବାଜି ଲଗାଇ ଡ୍ୟୁଟି କରିଥିବା ଏଏନଏମ କର୍ମୀମାନେ ନୂଆ ନିଯୁକ୍ତି ପାଇଁ ବାହାରିଥିବା ଚାକିରୀରେ ରଖାଯାଉ ବୋଲି ଦାବି କରିଛନ୍ତି । କୋଭିଡ ସମୟରେ ଉପଯୁକ୍ତ ଶିକ୍ଷାଗତ ଯୋଗ୍ୟତା ଓ ପ୍ରମାଣପତ୍ର ବଳରେ ଏମାନେ ଅସ୍ଥାୟୀ ଚାକିରୀ ପାଇଥିଲେ, ବର୍ତମାନ ଆଉଥରେ କାହିଁକି ନିୟୋଜନ ପାଇଁ ବିଜ୍ଞାପନ ବାହାରିଛି ବୋଲି ସେମାନେ ଅଭିଯୋଗ ଆଣିଛନ୍ତି । ତାଙ୍କ ଦାବି ପୁରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଆନ୍ଦୋଳକାରୀ ।