ଗୋଟିଏ ଦିନ ଭାରତ ବନ୍ଦ ଲାଗି ସାରା ଦେଶରେ ମୋଟ ୨୫ ରୁ ୩୦ ହଜାର କୋଟି ଟଙ୍କା ହୋଇପାରେ କ୍ଷତି

34

କନକ ବ୍ୟୁରୋ : ତୈଳଦର ବୃଦ୍ଧି ପ୍ରସଙ୍ଗରେ ଭାରତ ବନ୍ଦ ଡାକରା ଦେଇଛି କଂଗ୍ରେସ । କେବଳ କଂଗ୍ରେସ ନୁହେଁ ଦେଶର ୨୧ ଦଳ ଏହାକୁ ସମର୍ଥନ କରିଥିବା ଜଣାପଡିଛି । ତେବେ ଏହି ବନ୍ଦକୁ କେହି କେହି ଉତ୍ସବ ଭାବରେ ପାଳନ କରୁଛନ୍ତି । କାରଣ ଆଜି ଦିନସାରା ପରିବାର ନିକଟରେ ସମୟ ଅତିବାହିତ କରିବେ । ତେବେ ସେମାନେ ଜାଣିରଖିବା ଦରକାର ଯେ, ସାରା ଦେଶରେ ଗୋଟିଏ ଦିନ ବନ୍ଦ ହେଲେ କେତେ ପରିମାଣରେ ଅର୍ଥ ଏହାଦ୍ୱାରା ପ୍ରଭାବ ପଡିବ । ମିଳିଥିବା ସୂଚନା ଅନୁସାରେ ଆଜି ବନ୍ଦ ଯୋଗୁଁ ଅନେକ କ୍ଷତି ହେବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ କେତେମାତ୍ରାରେ କ୍ଷତି ହେବ ତାହା ଜଣାପଡିନାହିଁ । ସମସ୍ତ କ୍ଷେତ୍ରରେ କ୍ଷତି ହେବ ବୋଲି ଅର୍ଥବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ବନ୍ଦ ପ୍ରଭାବରେ ରେଳ, ପରିବହନ ଆଦି ସମସ୍ତ ବ୍ୟବସ୍ଥା ପ୍ରଭାବିତ ହେବ । ବ୍ୟାଙ୍କିଙ୍କ କ୍ଷେତ୍ର ମଧ୍ୟ ଘୋର ପ୍ରଭାବିତ ହେବ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ୨୫ ରୁ ୩୦ ହଜାର କୋଟି ଟଙ୍କାର ସାରା ଦେଶରେ କ୍ଷତି ହେବ ବୋଲି ପୂର୍ବାନୁମାନ କରାଯାଇଛି ।