ବାଇକଠାରୁ କିଛି କମ୍ ନୁହେଁ ଏହି ସାଇକେଲ: ୩ ଘଣ୍ଟାରେ ଫୁଲ ଚାର୍ଜ , ଘଂଟାକୁ ବେଗ ୨୫ କିମି

350
କନକ ନ୍ୟୁଜ୍:ଆପଣ ଯଦି ଦୈନିକ ୨୫ରୁ ୩୦ କିମି ଦୂର ଯାତ୍ରା କରୁଛନ୍ତି ତାହେଲେ ଆପଣଙ୍କ ପାଇଁ ଖୁସି ଖବର । ଭାରତୀୟ ବଜାରକୁ ଆସୁଛି ଇ- ସାଇକେଲ ।
ଟାଟା କମ୍ପାନୀର ବିଦେଶୀ ସହଯୋଗୀ କମ୍ପାନୀ ଷ୍ଟ୍ରାଇଡର ପ୍ରସ୍ତୁତ କରିଛି Cantino-ETB 100 ଓ VOLTIC-1.7 ଇ ସାଇକେଲ । ଏହି ସାଇକେଲ ଗୁଡିକୁ ସହର ବାସିନ୍ଦାଙ୍କୁ ନଜରରେ ରଖି ପ୍ରସ୍ତୁତ କରାଯାଇଛି । ଏହାସହ ପରିବେଶ ପ୍ରଦୂଷଣ ଓ ତୈଳ ଦର ବୃଦ୍ଧିକୁ ଦୃଷ୍ଟିକୁ ରଖି ଏପରି ଇ ସାଇକେଲ ପ୍ରସ୍ତୁତ କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।
 ଆସନ୍ତୁ ଜାଣିବା VOLTIC-1.7  ସାଇକେଲର ସ୍ୱତନ୍ତ୍ରତା ।ମାତ୍ର ୩ଘଣ୍ଟାରେ ପୁରା ଚାର୍ଜ ହେବ ଏହି ସାଇକେଲର ବ୍ୟାଟେରୀ । ଯାହାଦ୍ୱାରା ସାଇକେଲ ୨୫ରୁ ୨୮ କିଲୋମିଟର ଯାଏଁ ଚାଲିପ।।ରିବ । ଏହାର ଲିଥିୟମ୍ ଆୟନ୍ ବ୍ୟାଟେରୀ ଦୀର୍ଘ ଦିନ ପର୍ଯ୍ୟନ୍ତ ବିନା ସମସ୍ୟାରେ ଚାଲିବ । ଏହି ସାଇକେଲ ଉପରେ କମ୍ପାନୀ ୨ ବର୍ଷର ୱାରେଣ୍ଟି ଦେଉଛି । ଏହାର ଦାମ୍ ୨୯ ,୦୦୦ ଟଙ୍କା ରହିଛି ।
ଏହାଠାରୁ ଆହୁରି ପାୱାରଫୁଲ ହେଉଛି Cantino-ETB 100 । ଭାରତ ପାଇଁ ଏକ ସୁଲଭ ଓ ଗେମ୍ ଚେଂଜିଙ୍ଗ ପ୍ରୋଜେକ୍ଟ କହିଲେ ଭୁଲ ହେବ ନାହିଁ । ହିସାବ କଲେ ଏହି ସାଇକେଲରେ ପ୍ରତି କିଲୋମିଟର ପିଛା ଖର୍ଚ୍ଚ ହେଉଛି ମାତ୍ର ୬ ପଇସା ।ଥରେ ଚାର୍ଜ କଲେ ୬୦ କିଲୋମିଟର ଗଡିବ ।ଏଥିରେ ରହିଛି ସ୍ମାର୍ଟ ସେଫ୍ଟି ଫିଚର୍ସ  ।ଏହାସହ ରହିଛି ୭ ପ୍ରକାର ସ୍ପିଡ ମୋଡ ଓ ୩ଟି ରାଇଡ୍ ମୋଡ ରହିଛି(ଇଲେକ୍ଟ୍ରିକ୍, ହାଇବ୍ରିଡ୍ ଓ ପ୍ୟାଡେଲ ମୋଡ୍) । ଏହା  ଘଣ୍ଟାକୁ ୩୦ କିମି ଚାଲିବ । ଏହାର ଦାମ ରହିଛି ୩୭,୯୯୯ ଟଙ୍କା । ଭାରତୀୟ ଯୁବକଙ୍କୁ  ପାଇଁ ବେଶ ଲାଭ ଦାୟକ ହୋଇପାରିବ ବୋଲି ଆଶାବାଦୀ ଅଛନ୍ତି ଟାଟା ଗ୍ରୁପ୍ ଓ ଷ୍ଟ୍ରାଇଡର କମ୍ପାନୀ ।