ବେଆଇନ ଡଙ୍ଗା ଚାଲାଣ ଓ ରାଜ୍ୟରେ ଅନୁପ୍ରବେଶ ନେଇ ରାଜ୍ୟ ସରକାରଙ୍କ ଚେତାବନୀ: ଅନ୍ୟ ରାଜ୍ୟରୁ ଲୋକଙ୍କୁ ଆଣିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଡଙ୍ଗା ଜବତ ଘଟଣାର ତଦନ୍ତ ନେଇ ଇସାରା ଦେଲେ ପରିବହନ ମନ୍ତ୍ରୀ

363

କନକ ବ୍ୟୁରୋ: ବେଆଇନ ଭାବେ ଡଙ୍ଗା ଚାଲାଣ କରି ଅନ୍ୟ ରାଜ୍ୟରୁ ଲୋକ ଆଣୁଥିଲେ ହେବ କଡା କାର୍ଯ୍ୟାନୁଷ୍ଠାନ । ଉପକୂଳ ଅଂଚଳର ସମସ୍ତ ଡଙ୍ଗାଚାଳକଙ୍କୁ ପରିବହନ ବିଭାଗ କଡା ଚେତାବନୀ ଦେଇଛନ୍ତି । ପରିବହନ ମନ୍ତ୍ରୀ ବାହାର ରାଜ୍ୟରୁ ଆସିଥିବା ଡଙ୍ଗା ଜବତ ହୋଇଛି । ଜବତ ହୋଇଥିବା ଡଙ୍ଗାରେ ଆସିଥିବା ଲୋକଙ୍କୁ ଗଞ୍ଜାମରେ ସଙ୍ଗରୋଧରେ ରଖାଯାଇଛି । କେଉଁଠୁ କେମିତି ଆଉ କେଉଁ ପରିସ୍ଥିତିରେ ଆସିଲେ ସେ ସମସ୍ତ ଘଟଣାର ତଦନ୍ତ ହେବ । ତଟବର୍ତୀ ଅଂଚଳ ଉପରେ କଡା ନଜର ରଖାଯାଇଛି ।

ସେପଟେ, କଟକଣା ଯେତେ କଡା ହେଲେ ବି କିଛି ଲୋକ ଏହାକୁ ବେଖାତିର କରୁଛନ୍ତି । ଲୁଚି ଛପି ସୀମା ପାର କରୁଛନ୍ତି ଲୋକେ । ମାଲକାନଗିରି ଜିଲ୍ଲା ସ୍ଥିତ ଚିତ୍ରକୋଣ୍ଡାର ଆନ୍ଧ୍ରପ୍ରଦେଶ-ଓଡିଶା ସୀମାରେ ଆନ୍ଧ୍ରର ସିଲେରୁ ଡ୍ୟାମ୍ ଗେଟ୍ ଦେଇ ଯାତାୟତ କରୁଛନ୍ତି ଅନେକ ଲୋକ । ସରକାରଙ୍କ କଡା କଟକଣାକୁ ଖାତିର ନକରି ଲୋକମାନେ ଗେଟ୍ ଭିତର ଦେଇ ଯାତାୟତ କରୁଛନ୍ତି । ସିଲେରୁ ଡ୍ୟାମ୍ ଗେଟ୍ ଦେଇ ଆଗରୁ ଶ୍ରମିକମାନେ ଯାତାୟତ କରୁଥିଲେ । ଏବେ ବି ସେମିତି ଯାତାୟତ ଚାଲିଛି । ଗେଟ୍ ଦୃଶ୍ୟ ଦେଖିଲେ ଲାଗୁଛି ଯେମିତି ସୀମାନ୍ତରେ କୌଣସି କଟକଣା ନାହିଁ । କାରଣ ଏଠାରେ ନା କୌଣସି ସୁରକ୍ଷା ଅଧିକାରୀ ଅଛନ୍ତି ନା ଅଛନ୍ତି ସ୍ୱାସ୍ଥ୍ୟକର୍ମୀ ।