ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର । ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ବୁଥରେ ସ୍ୱତନ୍ତ୍ର ବ୍ୟବସ୍ଥା । ବିଶୃଙ୍ଖଳା ରୋକିବାକୁ କଡା ନଜର

65

କନକବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବାହାରିଲେ ପୋଲିଂ ପାର୍ଟି । କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବାବେଳେ ଆଜି ବାହାରିଛନ୍ତ ପୋଲିଙ୍ଗ କର୍ମଚାରୀ । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା, ଜି ଉଦୟଗିରି ଓ ଫୁଲବାଣୀ ବିଧାନସଭା ଓ କନ୍ଧମାଳ ଲୋକସଭା ପାଇଁ ରହିଥିବା ୬୬୧ ବୁଥ ପାଇଁ ଏଭିଏମ ପୋଲିଙ୍ଗ କର୍ମଚାରୀଙ୍କୁ ସେମାନଙ୍କ ବୁଥକୁ ପଠାଯାଇଛି । ଏନେଇ ସମସ୍ତ ପ୍ରକାରର ବ୍ୟବସ୍ଥା ମଧ୍ର କରାଯାଇଛି । ସମସ୍ତ ପୋଲିଙ୍ଗ କର୍ମଚାରୀ ମାନେ ନିଜ ନିଜ କାଉଂଟରରେ ପଞ୍ଜିକରଣ କରି ନିର୍ବାଚନ ପାଇଁ ଆବଶ୍ୟକୀୟ ସାମଗ୍ରୀ ଗ୍ରହଣ କରିଥିଲେ । ପ୍ରତ୍ୟକ ବୁଥରେ ନିୟୋଜିତ ହେବାକୁ ଥିବା ପୋଲିଙ୍ଗ କର୍ମଚାରୀ କିଭଳି ସୁବିଧାରେ ନିଜ ବୁଥରେ ପହଂଚିବେ ସେନେଇ ବ୍ୟବସ୍ଥା କରାଯାଇଛି । ସେହିପରି ପୋଲିସ କର୍ମଚାରୀ ମାନଙ୍କ ପାଇଁ ମଧ୍ୟ ସ୍ୱତନ୍ତ୍ର କାଉଂଟର ବ୍ୟବସ୍ଥା କରାଯାଇଛି । କନ୍ଧମାଳମାଓ ପ୍ରବଣ ଅଂଚଳ ହୋଇଥିବାର ୁକଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତିନୋଟି ନିର୍ବାଚନ ମଣ୍ଡଳୀରେ ଅଧିକ ସେନସିଟିଭ ବୁଥ ରହିଛି । ବିଭିନ ସ୍ଥାନରେ ପୁଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ କରାଯାଉଛି । ଭୋଟ ଗ୍ରହଣ କେନ୍ଦ୍ରଠାରୁ ୨୦୦ ମିଟର ଅଂଚଳକୁ ୧୪୪ ଧାରା ଜାରି କରାଯାଇଛି ।