କନକ ବ୍ୟୁରୋ : ମହାମାରୀ କରୋନା ପାଇଁ ଗଂଜାମ ଜିଲ୍ଲାରେ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବାଣ ନିଷେଧ । ଦୀପ ଜାଳି ଦୀପାବଳି ପାଳନ ନିମନ୍ତେ ଅନୁରୋଧ କଲେ ଗଂଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଏହା ସହ ଦୀପାବଳି ପାଳନ ପାଇଁ ମିଠା ଦୋକାନରେ ବିକ୍ରି ହେଉଥିବା ମିଠାର ଯାଞ୍ଚ ହେବ ବୋଲି କହିଛନ୍ତି ।
ଖାଦ୍ୟ ନିରୀକ୍ଷକଙ୍କ ଜରିଆରେ ମିଠାର ସାମ୍ପଲ ସଂଗ୍ରହ କରି ପରୀକ୍ଷା କରିବା ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ମିଠା ଯାଞ୍ଚ ବେଳେ ଭିଡ଼ିଓ କରି ପଠାଇବାକୁ ସମସ୍ତ ବିଡ଼ିଓ ଓ ତହସିଲଦାରଙ୍କୁ ନିର୍ଦ୍ଦେଶ । ମନ୍ଦିର ଖୋଲାଯାଇଥିଲେ ସମ୍ପୃକ୍ତ ମନ୍ଦିରର ପୂଜକ ନାମରେ ମାମଲା ରୁଜୁ କରାଯିବ । ଶୀତ ସମୟରେ କରୋନାର ଦ୍ୱିତୀୟ ଲହରୀର ସମ୍ଭାବନାକୁ ଦୃଷ୍ଟିରେ ରଖି ଜିଲ୍ଲାବାସୀଙ୍କୁ ସର୍ତକ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/11/11-8.jpg)