ମତ୍ସ୍ୟଜୀବୀଙ୍କ ପାଇଁ ଏସଆରସିଙ୍କ କଡା ନିର୍ଦ୍ଦେଶ । ସମୁଦ୍ରକୁ ଗଲେ କାର୍ଯ୍ୟାନୁଷ୍ଠାନ

137

କନକ ବ୍ୟୁରୋ: ବାତ୍ୟା ‘ଅସାନି’କୁ ନେଇ ମତ୍ସ୍ୟଜୀବୀଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ପ୍ରଦୀପ ଜେନା । ସୁରକ୍ଷା ଦୃଷ୍ଟିରୁ ୧୨ ତାରିଖ ଯାଏଁ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବାକୁ ଏସଆରସି କଡା ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶ ଅନୁଯାୟୀ, ଯଦି କୌଣସି ମତ୍ସ୍ୟଜୀବୀ ଏହି ନିର୍ଦ୍ଦେଶକୁ ଅମାନ୍ୟ କରନ୍ତି ତାହେଲେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଆରସି ସୂଚନା ଦେଇଛନ୍ତି । ବାରଣ ସତ୍ତେ୍ୱ ମତ୍ସ୍ୟଜୀବୀ ସମୁଦ୍ର ଭିତରକୁ ଯାଉଥିବାରୁ ଏପରି କଡା ନିୟମ ହୋଇଛି ।

ସୂଚନା ମୁତାବକ, ଆଜି ସକାଳ ସମୟରେ ଛତ୍ରପୁର ନିକଟ ଅର୍ଯ୍ୟପଲ୍ଲୀ ସମୁଦ୍ରରେ ବଡ ଧରଣର ଅଘଟଣ ଘଟିଥିଲା । ସମୁଦ୍ର ଭିତରକୁ ମାଛ ମାରି ଯାଇଥିବା ୬୦ଜଣ ମତ୍ସ୍ୟଜୀବୀଙ୍କ ଡଙ୍ଗା ଜୁଆରରେ ବୁଡିଯାଇଥିଲା । ହେଲେ ଭାଗ୍ୟବସତଃ ୬୦ ଜଣ ମତ୍ସ୍ୟଜୀବୀ ଅଳ୍ପକେ ବର୍ତ୍ତି ଯାଇଥିଲେ । କଳେବଳେ ସେମାନେ ପହଁରି ପହଁରି ଆସି କୂଳରେ ଲାଗିଥିଲେ ବି ସେମାନଙ୍କ ଡଙ୍ଗା ସହ ଅନ୍ୟ ମାଛଧରା ଉପକରଣ ସବୁ ସମୁଦ୍ରରେ ଭାସିଯାଇଥିଲା । ତେଣୁ ଯେପରି କୌଣସି କଟବର୍ତ୍ତୀ ଇଲାକାରେ ଏପରି ଅଘଟଣ ନହୁଏ ସେଥିପାଇଁ ଏସଆରସି କଡା ନିୟମ କରିଛନ୍ତି ।