ଦୀପାବଳିରେ କଡାକଡି କଟକଣା: ବେଆଇନ ବାଣ ବିକ୍ରି ଉପରେ କଡାକଡି ହେବ କାର୍ଯ୍ୟାନୁଷ୍ଠାନ

100

କନକ ବ୍ୟୁରୋ: ସବୁଜ ବାଣ ବିକ୍ରି ନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ । ଏସଆରସିଙ୍କ ସମେତ ସମସ୍ତ ଜିଲ୍ଲାପାଳ ଓ ଏସପି ମଧ୍ୟ ସାମିଲ । ବେଆଇନ ବାଣ ବିକ୍ରି ଉପରେ କଡାକଡି ହେବ କାର୍ଯ୍ୟାନୁଷ୍ଠାନ । ସବୁଜ ବାଣ ବିକ୍ରି ଓ ଫୁଟାଇବାକୁ କଡା ନିର୍ଦ୍ଦେଶ । ପିଇଏସଓ ଦ୍ୱାରା ପଞ୍ଜୀକୃ ବାଣ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଛି । ସେହିପରି ଦିପାବଳୀ ପାଟ୍ରୋଲିଂ କଡାକଡି ପାଇଁ ଏସପି ଓ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଦିପାବଳୀରେ ସବୁଜ ବାଣ ଫୁଟାଇବା ନେଇ କାଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଭାରତ ସରକାରଙ୍କ ବିଭାଗ, ‘ପେଟ୍ରୋଲିୟମ ଏକ୍ସପ୍ଲୋସିଭ ସେଫଟି ଅର୍ଗନାଇଜେସନ’ ଦ୍ୱାରା ଅନୁମତି ପ୍ରାପ୍ତ ବାଣ ବା ସବୁଜ ବାଣ ଫୁଟାଇବାକୁ ହାଇକୋର୍ଟ ମଞ୍ଜୁରୀ ଦେଇଛନ୍ତି । ତେବେ ସର୍ତ୍ତ ରଖିଛନ୍ତି ଯେ ରାତି ୮ଟାରୁ କେବଳ ରାତି ୧୦ଟା ଯାଏଁ ଏହି ସବୁଜ ବାଣ ଫୁଟାଯାଇପାରିବ । ଦୀପାବଳୀରେ ବାଣ ବିକ୍ରି ଓ ବାଣ ଫୁଟାଇବା କଟକଣାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା ।