କନକ ବ୍ୟୁରୋ: ଆଜି ବିଦାୟ ନେବ ୨୦୨୩ । ଆଉ ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଜିରୋନାଇଟ ସେଲିବ୍ରେସନ ପାଇଁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ସରିଛି । କେବଳ ସମସ୍ତେ ରାତିକୁ ଅପେକ୍ଷା କରିଛନ୍ତି । ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ନୂଆ ବର୍ଷ ପାଳନ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ଗ୍ରହଣ କରାଯାଇଛି ।
ରାଜଧାନୀର ବିଭିନ୍ନ ଛକରେ ପୋଲିସ ଅଧିକାରୀ ମୁତୟନ ରହିବେ । ଡ୍ର୍ିଙ୍କ ଆଣ୍ଡ ଡ୍ରାଇଭ ସହ ରୋଡ ରୋମିଓଙ୍କୁ ରୋକିବା ପାଇଁ ରାଜଧାନୀର ୨୯ଟି ଛକରେ ଚେକିଂ କରାଯିବ । ବ୍ରେଥ୍ ଅନାଲାଇଜର ଜରିଆରେ ମଦ୍ୟପାନ କରି ଦ୍ରୁତ ଗାଡି ଚଳାଉଥିବା ରୋଡ ରୋମିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ରାଜଧାନୀରେ ୧୪ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିବେ । ରାଜଧାନୀର ସୁରକ୍ଷାରେ ନିୟୋଜିତ ରହିବେ ୪ ଜଣ ଆଡିସନାଲ ଡିସିପି, ୭ ଜଣ ଏସିପି, ୨୪ ଜଣ ଇନ୍ସପେକ୍ଟର ସହ ୮୭ ଜଣ ଏସଆଇ ଓ ଏଏସଆଇ । ବିଭିନ୍ନ ହୋଟେଲ, ପବ, ବାର. ରେଷ୍ଟୁରାଂଟ ଉପରେ କମିସନରେଟ ପୋଲିସର ନଜର ରହିବ ।