କନକ ବ୍ୟୁରୋ : ରାଜଧାନୀରେ କଡ଼ା କଡ଼ି କରାଯାଇଛି ଚେକିଂ। ରାତି ସମୟରେ କମିଶନରେଟ ପୋଲିସ ପକ୍ଷରୁ ବ୍ଲକିଂ ଚେକିଂକୁ ଜୋରଦାର କରାଯାଇଛି। ମଦ୍ୟପାନ କରି ଗାଡ଼ି ଚଳାଉଥିବା ଚାଳକଙ୍କ ପ୍ରତି ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯାଉଛି। ବିଶେଷ କରି ଶନିବାର ଓ ରବିବାରରେ ଚେକିଂକୁ ବ୍ୟାପକ କରାଯାଉଛି। ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରୁଥିବା ଅମାନିଆଙ୍କୁ ଦଣ୍ଡ ଦେବାକୁ ତତ୍ପର ହୋଇଛି ପୋଲିସ। କମିଶନର ନିଜେ ଉପସ୍ଥିତ ରହି ବ୍ଲକିଂ ଚେକିଂକୁ ଜୋରଦାର କରିଛନ୍ତି। ସହରର ଗଳିକନ୍ଦି ଠାରୁ ଆରମ୍ଭ କରି ମୁଖ୍ୟରାସ୍ତା ପର୍ୟ୍ୟନ୍ତ ସବୁଠି ଜଗି ରହିଛି ପୋଲିସ। ରାଜଧାନୀର ପ୍ରମୁଖ ଛକ କଳ୍ପନା ଛକ, ଏଜି ଛକ, ମାଷ୍ଟର କ୍ୟାଣ୍ଟିନ ଆଦି ଛକଗୁଡ଼ିକରେ ରାତି ୧୧ଟାରୁ ଭୋର ୪ଟା ପର୍ୟ୍ୟନ୍ତ ଚାଲୁଛି ଚେକିଂ।
ରାଜଧାନୀରେ କଡ଼ା କଡି ଚେକିଂ । କମିଶନରେଟ ପୋଲିସ ପକ୍ଷରୁ ବ୍ଲକିଂ ଚେକିଂ ଜୋରଦାର
/kanak/media/post_attachments/wp-content/uploads/2024/08/Screen-Shot-2024-08-11-at-8.03.22-AM.png)