ଭୁବନେଶ୍ୱରରେ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ: ୬୩୭ଟି ବାଇକ୍ ସିଜ୍ କଲା ପୋଲିସ୍; କଟକରେ ବି ଅମାନିଆଙ୍କ ଗାଡି ଜବତ

ସଟଡାଉନ ସରୁ ସରୁ ଗଡିଲା ଶହ ଶହ ଗାଡି । ସରକାରଙ୍କ ତାଗିଦ ସତ୍ୱେ କେହି ମାନିଲେନି କଟକଣା । ପରିବା, ସଉଦା ପାଇଁ ଗାଡି ଧରି ବାହାରିଲେ, ଅମାନିଆଙ୍କୁ ରାସ୍ତା ଉପରେ ଉତ୍ତମ ମଧ୍ୟମ ଦେଲା ପୋଲିସ

କନକ ବ୍ୟୁରୋ: କଟକ, ଭୁବନେଶ୍ୱରରେ ସଟଡାଉନ ହଟିବା ପରେ ଲକଡାଉନକୁ କଡାକଡି କରାଯାଇଛି । ହେଲେ ସକାଳୁ ବଜାର ଖୋଲିବା ମାତ୍ରେ କିଛି ଅମାନିଆ ରାସ୍ତାକୁ ଗାଡି ଧରି ବାହାରି ପଡିଥିଲେ । ପ୍ରଶାସନର ବାରଣ ସତ୍ୱେ ସେମାନେ ଗାଡି ବାହାର କରିଥିବାରୁ ଆଜି ୬୩୭ଟି ଗାଡି ସିଜ୍ କରିଛି ପୋଲିସ୍ । ବଜାରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯିବା ବେଳେ ଗାଡି ନ ଆଣିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା । ଯେଉଁମାନେ ଗାଡି ଆଣିବେ, ସେମାନଙ୍କ ଗାଡ଼ି ଜବତ କରାଯିବ । ଏପରିକି ପାସ୍ ଥାଉ କିମ୍ବା ନଥାଉ, ବଜାରରେ ଗାଡ଼ି ଦେଖିବେ ତାକୁ ସିଜ୍ କରାଯିବ ବୋଲି କହିଥିଲା କମିସନରେଟ୍ ପୋଲିସ ।

publive-image

ସଟଡାଉନ ସରିବା ପରେ ଆଜି ସକାଳୁ କଟକରେ ଦୋକାନବଜାର ଖୋଲିଛି । ତେବେ ନିୟମ ଉଲ୍ଲଙ୍ଘନ କରିଥିବାରୁ ଅନେକ ଗାଡି ସିଜ ହୋଇଛି । ବଜାରକୁ ଅତ୍ୟାବଶ୍ୟକ ସାମଗ୍ରୀ କିଣିବାକୁ ଯିବା ବେଳେ ଗାଡି ନ ଆଣିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲା କମିଶନରେଟ ପୋଲିସ । ଯେଉଁମାନେ ଗାଡି ଆଣିବେ, ସେମାନଙ୍କ ଗାଡ଼ି ଜବତ କରାଯିବ ବୋଲି କୁହାଯାଇଥିଲା ।

publive-image

ସେପଟେ, ଭଦ୍ରକରେ ସଟ ଡ଼ାଉନ ହଟିବା ପରେ ଲକଡାଉନ ନିୟମ ମାନିଲେନି ଲୋକ । ଭଦ୍ରକରେ ୪୮ ଘଂଟା ସଟ ଡ଼ାଉନ ହଟିବା ପରେ ବଜାରରେ ଦେଖିବାକୁ ମିଳିଛି ଲୋକଙ୍କ ଭିଡ । ରାସନ ଜିନିଷ, ପନିପରିବା କଣିବା ପାଇଁ ବଜାରରେ ଲୋକମାନେ ସାମାଜିକ ଦୂରତାକୁ ମାନୁନଥିବା ଦେଖିବାକୁ ମିଳିଛି । ନିୟମକୁ ଉଲଂଘନ କରି ପାଖାପାଖି ହୋଇ ଜିନିଷ କିଣୁଛନ୍ତି । ତେବେ ସବୁଠୁ ବଡ କଥା ହେଉଛି ନିୟମ ଜାରି କରିଥିବା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ବଜାରରେ ଭିଡ଼ ଜମାଇ ଜିନିଷ କିଣୁଛନ୍ତି ଲୋକେ । ତେବେ ସାମାଜିକ ଦୂରତା ରକ୍ଷା ନକରି ବଜାରରେ ବୁଲୁଥିବାରୁ କିିଛି ଲୋକଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe