ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ଚେକିଂ : ଅମାନିଆଙ୍କ ଠାରୁ ଫାଇନ୍ କାଟୁଛି ପୋଲିସ

144

କନକ ବ୍ୟୁରୋ : ପୁଣି ୧୬ ଦିନ ଲକଡାଉନକୁ ବଢ଼ାଇଛନ୍ତି ରାଜ୍ୟ ସରକାର । ଜୁନ ୧ ତାରିଖରୁ ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ପୂର୍ବଭଳି ଲକଡାଉନ ଜାରି ରହିବ । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର କହିଛନ୍ତି, ବର୍ତମାନ ବିପଦଜନକ ସ୍ଥିତିରେ ରହିଛି ରାଜ୍ୟରେ କରୋନା ସଂକ୍ରମଣ । ୧୦ ପ୍ରତିଶତ ଉପରେ ରହିଛି ରାଜ୍ୟରେ ସଂକ୍ରମଣ ହାର । ତେଣୁ ଲକଡାଉନକୁ ବୃଦ୍ଧି କରାଯାଇଥିବାବେଳେ ପୂର୍ବଭଳି ଶନିବାର ଓ ରବିବାର ଦୁଇ ଦିନିଆ ସଟଡାଉନ୍ ଜାରି ରହିବ । ରଜ ସରିବା ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ ବୋଲି ସରକାର କହିଛନ୍ତି  ।

ତେବେ ୩ଟି ଜିଲ୍ଲା ନୂଆପଡ଼ା, ସୁନ୍ଦରଗଡ଼ ଓ ଗଜପତିରେ ସେଲୁନ୍ ଓ ବିଉଟି ପାର୍ଲରକୁ ଛାଡି ଅନ୍ୟ ଦୋକାନ ସକାଳ ୭ଟାରୁ ଦିନ ଗୋଟାଏ ଯାଏଁ ଖୋଲିବ । ଯଦି ଏହି ୩ ଜିଲ୍ଲାରେ ସଂକ୍ରମଣ ବଢ଼ିବ, ଯାହା କୋହଳ କରାଯାଇଛି, ତାକୁ ପ୍ରତ୍ୟାହାର କରି ନିଆଯିବ । ରାଜ୍ୟ ସରକାର ଲକଡାଉନକୁ ବୃଦ୍ଧି କରିବା ପରେ ଅମାନିଆଙ୍କ ଉପରେ ପୁଣି କଠୋର ହୋଇଛି ପୋଲିସ । ସକାଳୁ ସକାଳୁ ରାଜଧାନୀର ବିଭିନ୍ନ ଚେକ୍ ପୋଷ୍ଟରେ ଯାଂଚକୁ ଜୋରଦାର କରାଯାଇଛି । ଜରୁରୀ କାମ ନଥାଇ ଘରୁ ଗାଡିଧରି ପଦାକୁ ବାହାରିଥିବା ଲୋକଙ୍କଠଆରୁ ଫାଇନ ଆଦାୟ କରାଯାଉଛି ।