ବେପରୁଆ ଗାଡି ଚାଳକଙ୍କୁ ଆଉ ମିଳିବନି ନିସ୍ତାର: ଜାନୁଆରୀରୁ ପୁଣି କଡାକଡି ହେବ ହେଲମେଟ୍ ଚେକିଂ; ଦ୍ରୁତ ଗାଡି ଚାଳନା, ରେଡ୍ ଲାଇଟ୍ ଡେଇଁଲେ ୩ ମାସ ଡିଏଲ ସସପେଣ୍ଡ୍

595

କନକ ବ୍ୟୁରୋ: ଜାନୁଆରୀ ମାସରୁ ପୁଣି ଥରେ କଡାକଡି ହେବ ଚେକିଂ । ଏହା କହିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସେ ରହିଛନ୍ତି, ବର୍ତମାନ ଚେକିଂ ସହ ଲୋକଙ୍କୁ ସଚେତନ କରାଯାଉଛି । ୨୦୧୯ ଠାକୁ କେନ୍ଦ୍ର ସରକାର ଏହି ଆଇନ ଆଣିଛନ୍ତି । କରୋନା ପାଇଁ ଏହାକୁ କୋହଳ କରାଯାଇଥିଲା । ମାତ୍ର ସୁପ୍ରିମକୋର୍ଟ ନିର୍ଦ୍ଦେଶ ପରେ ଏହି ନିଷ୍ପତି ନିଆଯାଇଛି । ଦୁଇ ଚକିଆ ଯାନରେ ପଛରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲମେଟ ପିନ୍ଧିବା ପ୍ରସଙ୍ଗରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରୀୟା ରଖିଛନ୍ତି । ସେ ରହିଛନ୍ତି, ବେପରୁଆ ଗାଡି ଚାଳକଙ୍କୁ ନିସ୍ତାର ନାହିଁ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ ।

ଏଣିକି ଉଭୟ ଚାଳକ ଓ ସହଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ । ଦୁଇ ଜଣ ଯାକ ହେଲମେଟ୍ ନପିନ୍ଧିିଲେ ରଦ୍ଧ ହେବ ଲାଇସେନ୍ସ । ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । ଏହି ନୂଆ ନିୟମ, ନୂଆ ବର୍ଷରୁ ଲାଗୁ ହେଉଥିବା ବେଳେ ଏହାକୁ କଡାକଡି କରାଯିବା ନେଇ ଆଜି ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି । ହେଲମେଟ୍ ପିନ୍ଧି ସୁରକ୍ଷିତ ଗାଡ଼ି ଚଳାଇବା ପାଇଁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି ।

ତେବେ ଏହି ନୂଆ ନିୟମ ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟି ନିଆଯାଉଥିବା କୁହାଯାଉଛି । ପୂର୍ବରୁ ମୋଟର ସାଇକେଲ ଚଳାଉଥିବା ଚାଳକ ହିଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୁଳକ ଥିଲା । କିନ୍ତୁ ଏହି ନୂଆ ନିୟମ ଲାଗୁ ହେଲେ ଉଭୟ ଚାଳକ ଏବଂ ସହଯାତ୍ରୀଙ୍କୁ ହେଲମେଟ୍ ପିନ୍ଧିବାକୁ ପଡ଼ିବ । ତେବେ ଦେଶର କିଛି ମହାନଗରରେ ଏବେ ବି ଏହି ବ୍ୟବସ୍ଥା ରହିଛି ।