କରୋନା ପାଇଁ ଲକଡାଉନ୍ ଜାରି...ବିନା କାରଣରେ ବାଇକରେ ବୁଲୁଥିବା ଚାଳକଙ୍କ ଗାଡି ସିଜ୍ କଲା ପୋଲିସ୍

Advertisment
କରୋନା ପାଇଁ ଲକଡାଉନ୍ ଜାରି...ବିନା କାରଣରେ ବାଇକରେ ବୁଲୁଥିବା ଚାଳକଙ୍କ ଗାଡି ସିଜ୍ କଲା ପୋଲିସ୍

କନକ ବ୍ୟୁରୋ: ତାଲାବନ୍ଦର ଆଜି ଅଷ୍ଟମ ଦିନରେ ମାଲକାନଗିରି ଜିଲ୍ଲାରେ ଚେକିଂକୁ ଅଧିକ କଡାକଡି କରିଛି ପ୍ରଶାସନ । ବିନା କାମରେ ବାଇକରେ ଯାଉଥିବା ଲୋକଙ୍କ ଗାଡିକୁ ସିଜ କରାଯାଉଛି । ଏପିରିକି ପରିବା କିଣିବା ପାଇଁ ଯାଉଥିବା ଲୋକମାନେ ମଧ୍ୟ ମୋଟରସାଇକେଲ ନେଇ ଯାଇପାରିବେ ନାହିଁ ବୋଲି କହିଛି ଜିଲ୍ଲା ପ୍ରଶାସନ । ଏହି ନିୟମର ଉଲ୍ଲଙ୍ଘନ କରୁଥିବା ଲୋକମାନଙ୍କ କ୍ଷେତ୍ରରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

ସେହିପରି କଟକରେ ବିଭିନ୍ନ ସ୍ଥାନରେ ଲକଡାଉନ କଟକଣାକୁ ଜୋରଦାର କରାଯାଇଛି । ବିଭିନ୍ନ ଛକରେ ଚେକିଂକୁ ଜୋରଦାର କରାଯାଇଛି । ରାସ୍ତାରେ ଯାଉଥିବା ଗାଡିକୁ ଅଟକାଇ ଯାଂଚ କରୁଛି ଟ୍ରାଫିକ ପୋଲିସ୍ । ଏପରିକି ବିନା କାରଣରେ ବୁଲୁଥିବା କେତେକ ବାଇକ ଚାଳକଙ୍କୁ ବାଟରୁ ଫେରାଇ ଦିଆଯାଉଥିବା ଦେଖିବାକୁ ମିଳିଛି । ତେବେ ଏବେ ବି ଅନେକ ଲୋକ ଲକଡାଉନକୁ ମାନୁ ନଥିବାରୁ ଏହା ଚିନ୍ତାର କାରଣ ହୋଇଛି ।

କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଲୋକେ ଲକ-ଡାଉନର ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବାର ଚିତ୍ର ସାମନାକୁ ଆସିଛି । ଘରୁ ନବାହାରିବା ଉପରେ କଟକଣା ଲାଗିଥିବା ବେଳେ ଲୋକେ ଖୋଲାଖୋଲି ବଜାରକୁ ଆସୁଛନ୍ତି । ସାମାଜିକ ଦୂରତ୍ୱ ରକ୍ଷା ନକରି ମାର୍କେଟିଂ କରିବା କହିତ ଗାଡିମୋଟରରେ ବୁଲାବୁଲି କରୁଛନ୍ତି । ଯାହାକୁ ନେଇ ପ୍ରଶାସନର ଚିନ୍ତା ବଢିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe