କନକ ବ୍ୟୁରୋ : ଟ୍ୱିନସିଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଂଟା ଭିଡିଛି କମିସନରେଟ୍ ପୋଲିସ । ଗତକାଲି ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେବା ପରେ ଆଜି ଆକ୍ସନ ମୋଡକୁ ଆସିଛି ପୋଲିସ । ଦୋକାନଗୁଡିକୁ ଯାଂଚ କରାଯାଉଛି । ଯେଉଁଠି ଅତ୍ୟଧିକ ଭିଡ଼ ଦେଖାଦେଉଛି କିମ୍ବା ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଓ ମାସ୍କ ପିନ୍ଧୁନଥିବା ଦେଖାଯାଉଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ।

Advertisment

ଦୋକାନୀ ଓ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି । ଆବଶ୍ୟକ ପଡ଼ିଲେ ଦୋକାନକୁ ସିଲ୍ ମଧ୍ୟ କରାଯାଉଛି । ଯାଂଚ ବେଳେ ପୋଲିସର ବରିଷ୍ଠ ଅଧିôକାରୀ ମଧ୍ୟ ଉପସ୍ଥିତ ରହୁଛନ୍ତି । ଯେଉଁ ଦୋକାନରେ ଅଧିକ ଭିଡ଼ ହେବ, ସେଥିପାଇଁ ଦୋକାନୀ ଦାୟୀ ରହିବେ ବୋଲି କହିଛନ୍ତି ପୋଲିସ କମିସନର । ଭୁବନେଶ୍ୱରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ ଯାଂଚ କରାଯିବ । ତେବେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ନିୟମ ପାଳନ କରିବାକୁ ଅପିଲ କରିଛନ୍ତି ପୋଲିସ କମିସନର ।