କଟକ-ଭୁବନେଶ୍ୱରରେ କଡାକଡି ହେଲା ଚେକିଂ: କୋଭିଡ ନିୟମ ଉଲ୍ଲଘଂନକାରୀଙ୍କ ଉପରେ କମିଶନରେଟ ପୋଲିସର କାର୍ଯ୍ୟାନୁଷ୍ଠାନ; ଆଦାୟ ହେଲା ଜରିମାନା, ସିଲ୍ ହେଲା ଦୋକାନ

କୋଭିଡ ନିୟମ ପାଳନ ପାଇଁ ପୋଲିସ କମିସନରଙ୍କ ଅପିଲ

427

କନକ ବ୍ୟୁରୋ: ଟ୍ୱିନ୍ ସିଟିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ କୋଭିଡ୍ ନିୟମ ପାଳନକୁ କଡ଼ାକଡ଼ି କରିବା ପାଇଁ ଅଂଟା ଭିଡିଛି କମିସନରେଟ୍ ପୋଲିସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ ନିର୍ଦ୍ଦେଶ ଦେବା ପରେ ଆକ୍ସନ ମୋଡ୍କୁ ଆସିଛି ପୋଲିସ । ଦୋକାନଗୁଡିକୁ ଯାଂଚ କରାଯାଉଛି । ଯେଉଁଠି ଅତ୍ୟଧିକ ଭିଡ଼ ଦେଖାଦେଉଛି କିମ୍ବା ଲୋକେ ସାମାଜିକ ଦୂରତା ମାନୁନାହାନ୍ତି ଓ ମାସ୍କ ପିନ୍ଧୁନଥିବା ଦେଖାଯାଉଛି, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଦୋକାନୀ ଓ ଲୋକଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି ।

ଆବଶ୍ୟକ ପଡ଼ିଲେ ଦୋକାନକୁ ସିଲ୍ ମଧ୍ୟ କରାଯାଉଛି । ଯାଂଚ ବେଳେ ପୋଲିସର ବରିଷ୍ଠ ଅଧିôକାରୀ ମଧ୍ୟ ଉପସ୍ଥିତ ରହୁଛନ୍ତି । ଯେଉଁ ଦୋକାନରେ ଅଧିକ ଭିଡ଼ ହେବ, ସେଥିପାଇଁ ଦୋକାନୀ ଦାୟୀ ରହିବେ ବୋଲି କହିଛନ୍ତି ପୋଲିସ କମିସନରେ । ଭୁବନେଶ୍ୱରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ ଯାଂଚ କରାଯିବ । ତେବେ କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ନିୟମ ପାଳନ କରିବାକୁ ଅପିଲ କରିଛନ୍ତି ପୋଲିସ କମିସନର ।

ସେପଟେ କଟକରେ ବି କଡାକଡି ହେଲା ଚେକିଂ । କୋଭିଡ ନିୟମ ଉଲ୍ଲଙ୍ଘନ କରୁଥିବା କଲେଜ ଛକର ବିଭିନ୍ନ ଫାଷ୍ଟଫୁଡ ଦୋକାନ ଏବଂ ମେଡିସିନ ଦୋକାନ ଉପରେ ଚଢାଉ କରି ଜରିମାନା ଆଦାୟ କରିଛି ମାଲଗୋଦାମ ପୋଲିସ । ଏହା ସହ ଦୋକାନ ମାନଙ୍କରେ ଭିଡ ନକରି କୋଭିଡ ନିୟମ ପାଳନ କରିବାକୁ ଲୋକମାନଙ୍କୁ ମାଇକ ଜରିଆରେ ନିବେଦନ କରିଛି ପୋଲିସ । ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେଇଛି ପୋଲିସ ।