କନକ ବ୍ୟୁରୋ: ରାଜ୍ୟରେ ସରକାରୀ ଅଧିକାରୀଙ୍କ ଠାରୁ ପୁଳା ପୁଳା ଟଙ୍କା ଜବତ ଓ ପ୍ଲଟ ମିଳିବା ପ୍ରସଙ୍ଗରେ ମନ୍ତ୍ରୀଙ୍କ ବଡ଼ ବୟାନ। ଦୁର୍ନୀତି କରୁଥିବା ସରକାରୀଙ୍କୁ ଅଧିକାରୀଙ୍କୁ ରାଜ୍ୟ ସରକାର ଆଦୌ ପ୍ରୋତ୍ସାହନ ଦିଅନ୍ତି ନାହିଁ। ସବୁ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ। ଆଉ ଯିଏ ଦୁର୍ନୀତି କରିବ, ତା ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ ସମ୍ପଦ ସ୍ବାଇଁ।

Advertisment

ଦୁର୍ନୀତିଖୋର ବାବୁଙ୍କୁ ନିସ୍ତାର ନାହିଁ। ମୋହନ ସରକାର ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଇଛି। ପ୍ରତିଦିନ ଭିଜିଲାନ୍ସ ଜାଲରେ ପଡୁଛନ୍ତି ଦୁର୍ନୀତିଗସ୍ତ ବାବୁ। ଗତ ଗୋଟିଏ ସପ୍ତାହ ମଧ୍ୟରେ ୩ ବଡ ଦୁର୍ନୀତିଗ୍ରସ୍ତ ବାବୁଙ୍କ ଘର ଉପରେ ଭିଜିଲାନ୍ସ ଚଢାଉ କରିଥିବା ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଭିଜିଲାନ୍ସ ପଞ୍ଝାରେ ପଡିଥିବା ଏହି ବଡ ବାବୁଙ୍କର ସମ୍ପତ୍ତି ଉଭା ଯେତିକି ପୋତା ସେତିକି। ଏହି ବାବୁଙ୍କର ସମ୍ପତ୍ତି ଦେଖିଲେ ମୁଣ୍ଡ ଘୁରାଇ ଦେବ। କେବଳ ସୁନାଗହଣା ନୁହେଁ ବରଂ ପୁଳା ପୁଳା ଟଙ୍କା ଏବଂ ବିଭିନ୍ନ ସ୍ଥାନରେ ପ୍ଲଟ ପକାଇଛନ୍ତି ବାବୁ ମାନେ।