କର୍ମଚାରୀଙ୍କ ପାଇଁ ଖୁସି ଖବର ! ଏଣିକି ସର୍ବନିମ୍ନ ଦରମା ନଦେଲେ କଂପାନୀ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

Advertisment
କର୍ମଚାରୀଙ୍କ ପାଇଁ ଖୁସି ଖବର ! ଏଣିକି ସର୍ବନିମ୍ନ ଦରମା ନଦେଲେ କଂପାନୀ ବିରୋଧରେ ହେବ କଡା କାର୍ଯ୍ୟାନୁଷ୍ଠାନ

କର୍ମଚାରୀଙ୍କ ପାଇଁ ଖୁସି ଖବର । ଏଣିକି କର୍ନଚାରୀଙ୍କୁ ମିଳିବ ସର୍ବନିମ୍ନ ବେତନ । ଏନେଇ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ଏଥି ସହିତ ହିଁ ଯଦି କୌଣସି କଂପାନୀ ବା ମାଲିକ ତାର କର୍ମଚାରୀ ବା ଶ୍ରମିକଙ୍କୁ ସେମାନଙ୍କ କାମର ଉପଯୁକ୍ତ ପାରିଶ୍ରମିକ ନଦିଅନ୍ତି ତେବେ ଉକ୍ତ କଂପାନୀ ବିରୁଦ୍ଧରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସରକାର କହିଛନ୍ତି, କର୍ମଚାରୀମାନଙ୍କୁ ସେମାନଙ୍କର କାମ ବଦଳରେ ସର୍ବନିମ୍ନ ଦରମା ଦେବା ସବୁ କଂପାନୀଙ୍କର ପ୍ରାଥମିକ ଦାୟିତ୍ୱ ଏବଂ ଯେଉଁ କଂପାନୀମାନଙ୍କ ବିରୁଦ୍ଧରେ ଏନେଇ ଅଭିଯୋଗ ଆସିବ, ସେମାନଙ୍କର ଯାଂଚ କରାଯିବ ଏବଂ ନିୟମ ଉଲ୍ଲଂଘନ କରୁଥିବା କଂପାନୀଗୁଡିକ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଗତକାଲି ଲୋକସଭାରେ personnel and public grievances ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏକ ପ୍ରଶ୍ନର ଉତର ଦେଇ କହିଛନ୍ତି କି, ମୋଦି ସରକାର ୨୦୧୭ରେ ସର୍ବନିମ୍ନ ବେତନରେ ସଂଶୋଧନ କରି ଏହାକୁ ୪୦ ପ୍ରତିଶତକୁ ବୃଦ୍ଧି କରିଛନ୍ତି । ଏଥିପାଇଁ ନିୟମ ମଧ୍ୟ ପ୍ରସ୍ତୁତ କରାଯାଇଛି ଏବଂ ଯେଉଁ ବ୍ୟକ୍ତି ତଥା କଂପାନୀ ଏହି ନିୟମକୁ ପାଳନ କରୁନଥିବା ଅଭିଯୋଗ ଆସେ ତାଙ୍କୁ ଆଇନର ତଦନ୍ତ ପରିସରକୁ ଅଣାଯିବ ଆଉ ଦୋଷୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ।

ସର୍ବନିମ୍ନ ଦରମା ୧୮ ହଜାର ଟଙ୍କାରୁ ୨୪ ହଜାରକୁ ବୃଦ୍ଧି କରାଯାଇଛି

ମନ୍ତ୍ରୀ କହିଛନ୍ତି କି, ଘରୋଇ ସଂସ୍ଥାରେ କାମ କରୁଥିବା କର୍ମଚାରୀଙ୍କ ହୀତରେ କେନ୍ଦ୍ର ସରକାର ସର୍ବଦା ବଦ୍ଧପରିକର । ଏହି ପ୍ରତିବଦ୍ଧତାର ପାଳନ କରି ଗତ ବର୍ଷ ସରକାର ପିଏଫରେ ସରକାରୀ ଅଂଶଦାନକୁ ୧୨ ପ୍ରତିଶତ କରିଛନ୍ତି । ସେହିଭଳି ପ୍ରସବକାଳୀନ ଅବକାଶର ସମୟସୀମାକୁ ମଧ୍ୟ ୨୪ ମାସ କରିଦିଆଯାଇଛି । ସର୍ବନିମ୍ନ ଦରମା ୨୪ ହଜାର ଟଙ୍କାକୁ ବୃଦ୍ଧି କରି କରାଯିବା ସହ ଶ୍ରମିକଙ୍କ ସୁଖ ସୁବିଧାକୁ ଦୃଷ୍ଟିରେ ରଖି ଏକ ପୋର୍ଟାଲ ମଧ୍ୟ ଲଂଚ କରାଯାଇଛି । ଯେଉଁଥିରେ ଶ୍ରମିକମାନେ ସେମାନଙ୍କ ଅଭିଯୋଗ ସଂପର୍କରେ ଜଣାଇପାରିବେ । ସେହିଭଳି ଚୁକ୍ତି ଭିର୍ତ୍ତିକ ନିଯୁକ୍ତିରେ ଆରକ୍ଷଣ ସଂମ୍ବନ୍ଧିତ ପ୍ରଶ୍ନର ଉତର ରଖି ମନ୍ତ୍ରୀ କହିଛନ୍ତି ଯେ, ଯେଉଁ ସବୁ ସଂସ୍ଥାମାନଙ୍କରେ ୪୨ ଦିନରୁ ଅଧିକ ସମୟ ପାଇଁ ନିଯୁକ୍ତି କରାଯାଉଛି ସେଠାରେ ଏଭଳି ପ୍ରକାରର ସୁବିଧା ଦିଆଯାଉଛି ହେଲେ ଯେଉଁଠାରେ ଠିକାଦାରଙ୍କ ଦ୍ୱାରା ନିଯୁକ୍ତି କରାଯାଉଛି । ସେଠାରେ ଆରକ୍ଷଣ ଲାଗୁ କରିବା ସମ୍ଭବପର ନୁହେଁ । କାହିଁକି ନା ଠିକାଦାରମାନେ ନିଜ ହିସାବରେ ଲୋକ ନିଯୁକ୍ତ କରିଥାନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe