ରାତିରେ ଭଲ ନିଦ ପାଇଁ ଚିନ୍ତିତ କି ? ଆପଣାନ୍ତୁ ଏହି ଟିପ୍ସ –

72

ଏବେ ଅନିଦ୍ରା ରହିବା ସମସ୍ତଙ୍କ ପାଇଁ ଏକ ବଡ ସମସ୍ୟା ପାଲଟିଛି । ଯେକେହି ବି କହୁଛନ୍ତି ଭଲ ହେଉନାହିଁ । ଏହାର କାରଣ ହୋଇପାରେ ଆଜିକାଲିକା ଜୀବନଶୈଳୀ । କାର୍ଯ୍ୟବ୍ୟସ୍ତତା, ଚାପ ଓ ବିଭିନ୍ନ କାରଣରୁ ଅନିଦ୍ରା ଏକ ବଡ ସମସ୍ୟାରେ ପରିଣତ ହୋଇଛି । ଏଥିରୁ ମୁକ୍ତି ପାଇବା ପାଇଁ ଅନେକ ମେଡିସିନର ମଧ୍ୟ ସାହାଯ୍ୟ ନେଇଥାନ୍ତି । ହେଲେ ଫଳ କିଛି ହୁଏନି । ବରଂ ସ୍ୱାସ୍ଥ୍ୟ ବିଗିଡି ଯାଏ । କିନ୍ତୁ ଏଥିରୁ ମୁକ୍ତି ପାଇବା ପାଇଁ ଏକ ସହଜ ଉପାୟ ରହିଛି । ଆସନ୍ତୁ ଜାଣିବା ସେହି ଉପାୟଟି କ’ଣ

ଜେନେରାଲ୍ ଇନଡୋର ଏୟାରରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ ଅନିଦ୍ରା ସମସ୍ୟାକୁ ନେଇ ଯଦି ଚିନ୍ତିତ ହେଉଛନ୍ତି ତେବେ ବେଡରୁମର ଝରକା କିମ୍ବା କବାଟ ଖୋଲାରଖି ଶୋଇଲେ ଭଲ ନିଦ ହେବାରେ ସାହାଯ୍ୟ କରିଥାଏ । କବାଟ ଏବଂ ଝରକା ଖୋଲା ରଖିବା ଫଳରେ ସୁନିଦ୍ରା ହୋଇଥାଏ ।

ଅଧ୍ୟୟନକର୍ତାଙ୍କ ମତରେ ଖରାପ ଭେଂଟିଲେସନ କାରଣରୁ ଶୋଇବାଘରେ ଅଙ୍ଗାରକାମ୍ଳର ସ୍ତର ବଢିଯାଇଥାଏ ଫଳରେ ପ୍ରଶ୍ୱାସ ନେବାରେ ଅସୁବିଧା ହେବା ସହ ନିଦ ବାଧାପ୍ରାପ୍ତ ହୋଇଥାଏ । ଏଥିପାଇଁ ଅଧ୍ୟୟନକର୍ତା ୧୭ ଜଣ ଛାତ୍ରଙ୍କୁ ନେଇ ଏକ ଅଧ୍ୟୟନ କରିଥିଲେ । ଏଥିରେ ଛାତ୍ରମାନେ ଝରକା କିମ୍ବା କବାଟ ଖୋଲା କିମ୍ବା ବନ୍ଦ କରି ଶୋଉଥିଲେ ଓ ସେମାନଙ୍କର ଶୋଇବାଘରର ତାପମାତ୍ରା ଅନୁଧ୍ୟାନ କରାଯାଇଥିଲା ।

ଅଧ୍ୟୟନକର୍ତା ଅନୁଧ୍ୟାନରୁ ଜଣିଥିଲେ ଯେ କବାଟ ଓ ଝରକା ବନ୍ଦ ହେବା ଫଳରେ ଶୋଇବାଘରେ ଅଙ୍ଗାରକାମ୍ଳ ମାତ୍ର ବୃଦ୍ଧି ପାଇଥାଏ । ସେହିପରି କବାଟ କିମ୍ବା ଝରକା ଖୋଲା ରହିବା ଫଳରେ ଅଙ୍ଗାରକାମ୍ଳ ସ୍ତର ହ୍ରସ ହୋଇଥାଏ । ଏହା ପୂର୍ବରୁ କୋପେନହେଗନ ସ୍କୁଲ ଅଫ ଡିଜାଇନ ଆଣ୍ଡ ଟେକନୋଲୋଜି ମଧ୍ୟ ଅଧ୍ୟୟନ ଦ୍ୱାରା ଜାଣିପାରିଥିଲେ ଯେ ଯଦି ଶୋଇବାଘରେ ଅଙ୍ଗାରକାମ୍ଳର ମାତ୍ରା ହ୍ରାସ ହୋଇଥାଏ ସେଠାରେ ତାଜା ବାୟୁର ମାତ୍ରା ଅଧିକ ଥାଏ ଫଳରେ ଭଲ ନିଦ ହୋଇଥାଏ । ଅଧ୍ୟୟନରୁ ଏହା ସ୍ପଷ୍ଟ ହୋଇଛି ଯେ ଶୋଇବା ସମୟରେ ଶୋଇବା ଘରେ ପର୍ଯ୍ୟାପ୍ତ ପରିମାଣର ତାଜା ବାୟୁ ଯାତାୟତ କରିବା ଅତ୍ୟନ୍ତ ଜରୁରୀ ।

( ସୌଜନ୍ୟ- ଅମର ଉଜାଲା )