ରାଇମୋହନଙ୍କ ଆତ୍ମହତ୍ୟା ପଛରେ ମାନସିକ ଚାପ ! ଥାନାରେ ଥିଲା ପାରିବାରିକ ମାମଲା!

669

କନକ ବ୍ୟୁରୋ: ଅଭିନେତା ରାଇମୋହନ ପରିଡାଙ୍କ ଆତ୍ମହତ୍ୟା ଘଟଣା ଏବେ ବି ରହସ୍ୟ ଘେରରେ ରହିଛି । ପୁଲିସର ପ୍ରାଥମିକ ତଦନ୍ତକୁ ଜଣାପଡିଛି , ମାନସିକ ଚାପରେ ଥିଲେ ରାଇମୋହନ । ତେବେ ଏନେଇ ପରିବାର ଲୋକ କୌଣସି ସୂଚନା ପୋଲିସକୁ ଦେଉନାହାଁନ୍ତି । ଯାହାକୁ ନେଇ ପୋଲିସ ପରିବାର ଲୋକେ, ଡ୍ରାଇଭର ଓ ପଡୋଶୀଙ୍କୁ ପଚରା ଉଚୁରା କରୁଛି । ତାଙ୍କ ବ୍ୟବହାର ଏବଂ କୌଣସି ମାନସିକ ଚାପରେ ଥିଲେ କି ନାହିଁ ସେନେଇ ପଚରା ଉଚୁରା କରୁଛି । ରାଇମୋହନ ମୃତ୍ୟୁ ପୂର୍ବରୁ ଥରେ ଥାନାକୁ ଯାଇଥିଲେ । ତେବେ ବ୍ୟକ୍ତିଗତ କାରଣ ପାଇଁ ଥାନାକୁ ଯାଇଥିବା ଭୁବନେଶ୍ୱର ଡିସିପି କହିଛନ୍ତି ।

ରାଇମୋହନ କାହିଁକି ଆତ୍ମହତ୍ୟା କଲେ, ଏହି ପ୍ରଶ୍ନର ଉତ୍ତର ଖୋଜା ଚାଲିଛି । ଅନେକ ଲୋକ ଅନେକ କଥା କହୁଥିବାବେଳେ ପୁଲିସ କିନ୍ତୁ ଏକ ନିର୍ଦ୍ଦିଷ୍ଟ ଦିଗ ଆଡକୁ ଇସାରା କରିଛି । ପରିବାର ଲୋକଙ୍କୁ ପଚରାଉଚରା କରିବା ପରେ ପୁଲିସର ଏହି ସନ୍ଦେହ ଘନୀଭୂତ ହୋଇଛି ।

  • ଆତ୍ମହତ୍ୟା ପଛରେ ମାନସିକ ଚାପ !
  • ଥାନାରେ ଥିଲା ପାରିବାରିକ ମାମଲା!

ଓଲିଉଡ ଟାଇଗର ରାଇମୋହନ ଆତ୍ମହତ୍ୟା ମାମଲାରେ ବଡ ଖୁଲାସା । ଆତ୍ମହତ୍ୟାର କିଛିଦିନ ପୂର୍ବରୁ ଥାନାକୁ ଯାଇଥିଲେ ରାଇମୋହନ । ବ୍ୟକ୍ତିଗତ କଥାକୁ ନେଇ ମଞ୍ଚେଶ୍ୱର ଥାନାକୁ ସେ ବାରମ୍ବାର ଯାଉଥିଲେ । ପୁଲିସ ବି ଏକାଧିକ ଥର ଏ ନେଇ ରାଇମୋହନଙ୍କ ଘରକୁ ବି ଆସିଛି । ତେବେ କାହିଁକି ରାଇମୋହନ ବାରମ୍ବାର ପୁଲିସର ସହାୟତା ନେଉଥିଲେ ତାହା ପୁଲିସ ସ୍ପଷ୍ଟ କରିନଥିବାବେଳେ ପରିବାର ଲୋକେ ବି ଚୁପ୍ ଅଛନ୍ତି । ତେବେ ପାରିବାରିକ କଳହକୁ ନେଇ ରାଇମୋହନ ଚାପରେ ଥିବା ସନ୍ଦେହ କରାଯାଉଛି ।

ଅନ୍ୟପଟେ ପୁଲିସର ପ୍ରାଥମିକ ତଦନ୍ତ କହୁଛି, ମାନସିକ ଚାପ ଯୋଗୁଁ ରାଇମୋହନ ଆତ୍ମହତ୍ୟା କରିଛନ୍ତି । ବ୍ୟକ୍ତିଗତ ସମସ୍ୟାକୁ ନେଇ ବ୍ୟସ୍ତ ବିବ୍ରତ ରାଇମୋହନ ପୁଲିସର ସହାୟତା ବି ନେଇଥିଲେ । ଆଉ ଚାପ ସମ୍ଭାଳି ନପାରି ନିଜର ଜୀବନ ହାରିଦେଇଥିଲେ ରାଇମୋହନ । ରାଇମୋହନଙ୍କ ମୃତ୍ୟୁ ପରେ ପରିବାର ଲୋକ, ଡ୍ରାଇଭର , ପଡୋଶୀ ଓ ନିକଟତମ ଲୋକଙ୍କୁ ତଦନ୍ତ ଘେରକୁ ଆଣି ପଚରାଉଚରା କରିିଛି ପୁଲିସ ।

ପୁଲିସ ପ୍ରାଥମିକ ତଦନ୍ତରୁ କିଛି ସୁରାକ୍ ମିଳିଥିବା ଦାବି କରୁଥିଲେ ବି ଏବେ ଅନେକ ଅସମାହିତ ପ୍ରଶ୍ନ ମୁଣ୍ଡଟେକିଛି ।

-ବ୍ୟକ୍ତିଗତ ସମସ୍ୟାକୁ ନେଇ ରାଇମୋହନ ଥାନାକୁ ଯାଇଥିଲେ ମଧ୍ୟ କାହିଁକି ପୁଲିସ ଚୁପ ରହିଲା?
-ମଞ୍ଚେଶ୍ୱର ଥାନାକୁ କଣ ଅଭିଯୋଗ କରିବାକୁ ଆସିଥିଲେ ରାଇମୋହନ?
-ପୁଲିସ କୌଣସି ମାମଲା ରେଜିଷ୍ଟ୍ରର କରିଥିଲା କି?