ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀରେ ଜଳପ୍ରଳୟ: ପ୍ରମୁଖ ଅଂଚଳରେ ପଶିଲା ପାଣି, ମିଂଟେ ରୋଡରେ ପାଣିରେ ବୁଡିଲା ଡିଟିସି ବସ

ଶାଢୀ ସହାୟତାରେ ଛାତରୁ ଉଦ୍ଧାର ହେଲେ ଯାତ୍ରୀ

293

କନକ ବ୍ୟୁରୋ: ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀର ବିଭିନ୍ନ ଅଂଚଳରେ ପାଣି ପଶିଯିବା ଯୋଗୁଁ ଜନଜୀବନ ପ୍ରଭାବିତ ହୋଇଛି । ଆଜି ସକାଳୁ ଦିଲ୍ଲୀ ଏନସିଆରରେ ବର୍ଷା ହେଉଛି । ପ୍ରବଳ ବର୍ଷା ଯୋଗୁଁ ମହାନଗରୀର ମିଂଟୋ ରୋଡରେ ଅଣ୍ଡରପାସରେ ପାଣି ପଶିଯାଇଛି । ଫଳରେ ଦୀର୍ଘସମୟଧରି ଏଠାରେ ଡିଟିସି ବସ ଫଶିଯାଇଥିଲା । ଶାଢୀ ସହାୟତାରେ ବସ ଛାତରୁ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା ।

ବର୍ଷା କାରଣରୁ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପାଣି ଭର୍ତି ହୋଇଯିବା ଯୋଗୁଁ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହୋଇଛି । ବିଶେଷକରି ମହାନଗରର ତଳିଆ ଅଂଚଳରେ ରହୁଥିବା ଲୋକେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ପାଣିପାଗ ବିଭାଗ, ଆଜି ପ୍ରବଳ ବର୍ଷାର ଚେତାବନୀ ଦେଇଛି । ୧୯ରୁ ୨୧ ଜୁଲାଇ ମଧ୍ୟରେ ଦିଲ୍ଲୀ ଓ ଏହାର ଆଖାପାଖ ଅଂଚଳରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ।