କନକ ବ୍ୟୁରୋ: ପ୍ରବଳ ବର୍ଷାରେ ବେହାଲ ବାଣିଜ୍ୟକ ରାଜଧାନୀ ମୁମ୍ବାଇ । ଲଗାଣ ବର୍ଷା ଯୋଗୁଁ ଜଳାର୍ଣ୍ଣବ ହୋଇଛି ମୁମ୍ବାଇ । ରାସ୍ତା ଉପରେ ନଦୀର ଭ୍ରମ ସୃଷ୍ଟି ହୋଇଛି । ରେଳ ଧାରଣା ଉପରେ ପାଣି ଜମି ରହିଛି । ପ୍ରବଳ ବର୍ଷା ଯୋଗୁଁ ପଶ୍ଚିମ ରେଳବାଇ ଅଧିନରେ ଅନେକ ଟ୍ରେନକୁ ରଦ୍ଦ କରାଯାଇଥିବାବେଳେ ଅନେକର ଗତପଥକୁ ବଦଳାଯାଇଛି । ଅନେକ ଅଂଚଳରେ ପାଣି ପଶିଯାଇଛି । ରେଳଧାରଣାରେ ପାଣି ଜମି ରହିଥିବାରୁ ଲୋକାଲ ଟ୍ରେନସେବା ପ୍ରଭାବିତ ହୋଇଛି । ଆଜି ମଧ୍ୟ ମୁମ୍ବାଇରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ଚେତାବନୀ ଦେଇଛି । ସିଏସଟି ରୋଡ, କୁର୍ଲା ଅଚଂଳରେ ଜଳାର୍ଣ୍ଣବ ସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇ ସମେତ ମହାରାଷ୍ଟ୍ରରେ ୨୨ ଜଣ ପ୍ରାଣ ହରାଇଲେଣି ।
ସେପଟେ, ଗୁଜୁରାଟ ବଲସାଦରେ ଲଗାଣ ବର୍ଷା ଯୋଗୁଁ ଭୁଷୁଡିଲା ନିର୍ମାଣାଧିନ ପୋଲ୍ । ବନଜାରା ନଦୀ ଉପରେ ନିର୍ମାଣ ଚାଲିଥିବା ବ୍ରିଜ୍ ସମ୍ପୂର୍ଣ୍ଣ ଭୁଷୁଡି ପଡିଛି । ନଦୀର ଜଳସ୍ତର ବଢ଼ିବା ଓ ପ୍ରବଳ ବର୍ଷାକୁ ସହ୍ୟ କରିନପାରି ନିର୍ମାଣାଧିନ ପୋଲ ଭୁଷୁଡି ପଡିଥିବା କୁହାଯାଉଛି । ଦୀର୍ଘ ଦିନ ହେବ ନିର୍ମାଣ ଚାଲିଥିବା ଏହି ପୋଲ ମାତ୍ର କିଛି ସେକେଣ୍ଡ ଭିତରେ ନଦୀ ଭିତରକୁ ଖସି ପଡିଛି । ଗୁଜରାଟର ଏହି ଅଂଚଳରେ ଦୁଇ ଦିନ ହେଲା ବର୍ଷା ଲାଗି ରହିଛି । ଫଳରେ ନଦୀର ଜଳସ୍ତର ବଢ଼ିବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।
ଏପଟେ ଅସରାଏ ବର୍ଷାରେ ରାଜଧାନୀ ଭୁବନେଶ୍ୱରେ ଅଭାବନୀୟ ସ୍ଥିତି ଉପୁଜିଛି । ଇସ୍କନ ମନ୍ଦିର ନିକଟରେ ପାଣି ଜମି ରହିବା ଯୋଗୁଁ ଯାତାୟତ ପ୍ରଭାବିତ ହୋଇଛି । ଏପରିକି କାର ଗୁଡିକ ପାଣିରେ ବୁଡିଯାଇଥିବା ଦେଖିବାକୁ ମିଳିଛି । କିଛି ସମୟ ଧରି ଏଭଳି ଅବସ୍ଥା ଦେଖିବାକୁ ମିଳିଥିଲା । ତେବେ ପରେ ସେହି ସ୍ଥାନରୁ ପାଣି ନିଷ୍କାସିତ ହୋଇଯାଇଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/MUMBAI.jpg)
/kanak/media/post_attachments/wp-content/uploads/2019/07/5-300x168.jpg)
/kanak/media/post_attachments/wp-content/uploads/2019/07/3-300x166.jpg)