କନକ ବ୍ୟୁରୋ: ଜୁଲାଇ ଗାଇଡଲାଇନରେ ଉଠା ଦୋକାନୀଙ୍କ ପାଇଁ ଘୋଷଣା । ସାରା ରାଜ୍ୟରେ ଖୋଲିବ ଉଠା ଦୋକାନ । ଅର୍ଥାତ ଜୁଲାଇ ଗାଇଡଲାଇନରେ ଉଠା ଦୋକାନୀଙ୍କ ପାଇଁ ନିୟମ କୋହଳ କରିଛନ୍ତି ରାଜ୍ୟ ସରକାର । ଏହାସହ ଚୁଟି କାଟିବାକୁ ସେଲୁନ ମଧ୍ୟ ଖୋଲିବ । ଚା ଦୋକାନ ଖୋଲିବାକୁ ମଧ୍ୟ ସରକାର ଅନୁମତି ଦେଇଛନ୍ତି । ଯଦି ଏହି ସମୟରେ ଦୋକାନ ସାମ୍ନାରେ ଲୋକ ଗହଳି କରନ୍ତି ତେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଏହାସହ ୨ଟି କାଟାଗୋରୀରେ ଜିଲ୍ଲାକୁ ବିଭକ୍ତ କରି କଟକଣା ଲାଗୁ କରାଯାଇଛି । କାଟାଗୋରୀ ଏରେ ୨୦ ଜିଲ୍ଲା ପାଇଁ କଟକଣା କୋହଳ କରାଯାଇଛି । ୨୦ ଜିଲ୍ଲାରେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ଦୋକାନ ଖୋଲିବ । ଦୈନିତ ଓ ସାପ୍ତାହିକ ହାଟ ମଧ୍ୟ ଖୋଲା ରହିବ । କାଟାଗୋରୀ ଏ ଜିଲ୍ଲାରେ ସପ୍ତାହନ୍ତ ସଟଡାଉନ ଲାଗୁ ହେବନି ।
ସେହିପରି କାଟାଗୋରୀ ବି ଜିଲ୍ଲାରେ ସକାଳ ୬ଟାରୁ ଦିନ ୨ଟା ଯାଏଁ ସମସ୍ତ ଦୋକାନ ଖୋଲିବାକୁ ଅନୁମତି । ଏହି ସବୁ ଜିଲ୍ଲାରେ ଦୈନିକ ବଜାର ଓ ସପ୍ତାହିକ ହାଟ ବନ୍ଦ ରହିବ । ଉଠା ଦୋକାନ ଖୋଲିବ ହେଲେ କେବଳ ପାର୍ସଲ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/06/1-31.jpg)