କନକ ବ୍ୟୁରୋ : ଓଭରବ୍ରିଜରେ ନାହିଁ ଷ୍ଟ୍ରିଟ ଲାଇଟ । ଅନ୍ଧାରର ଫାଇଦା ଉଠାଉଛନ୍ତି ଅସାମାଜିକ ଲୋକ । ଭୁବନେଶ୍ୱରକୁ ସଂଯୋଗ କରୁଥିବା ୫୫ ନମ୍ବର ଜାତୀୟ ରାଜପଥର ତମାଣ୍ଡୋଠାରେ ନିର୍ମିତ ଓଭରବ୍ରିଜରେ ଏଭଳି ଘଟଣା ଘଟୁଛି । ଦୀର୍ଘ ସମୟ ଧରି ଏହି ଓଭରବ୍ରିଜ କାର୍ଯ୍ୟକ୍ଷମ ହୋଇଥିଲେ ବି ଏଠାରେ କୌଣସି ଷ୍ଟ୍ରିଟ ଲାଇଟ ନାହିଁ ।

Advertisment

ଫଳରେ ଏଠାରେ ଚୋରି, ଡକାୟତି ହେଉଛି । ଏହାଛଡା ମଦ୍ୟପ ଲୋକ ବି ବିନା ବିଧାରେ ବୁଲୁଛନ୍ତି । ଅନ୍ଧାର ଯୋଗୁଁ ମହିଳାମାନେ ଯିବା ଆସିବା ଲାଗି ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଏହାଛଡା ଆଲୋକୀକରଣ ନଥିବାରୁ ଅନେକ ଦୁର୍ଘଟଣା ଘଟୁଛି । ତେଣୁ ଖୁବଶୀଘ୍ର ଷ୍ଟ୍ରିଟଲାଇଟ ବ୍ୟବସ୍ଥା କରିବାକୁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।