ବାରିପଦାରେ ବାବୁଙ୍କ ବାର୍ଥ ଡେ ପାଇଁ ସର୍ବସାଧାରଣଙ୍କ ରାସ୍ତା ବନ୍ଦ ରଖିଲା ପୁଲିସ୍! ଏସପିଙ୍କ ଜନ୍ମଦିନ ଉତ୍ସବ ପାଇଁ ରାସ୍ତାରେ ବ୍ୟାରିକେଟ୍ ଲଗାଯାଇଥିବା ଅଭିଯୋଗ, ପୁଲିସର ସଫେଇ ବଢ଼ାଇଲା ସନ୍ଦେହ

Advertisment
ବାରିପଦାରେ ବାବୁଙ୍କ ବାର୍ଥ ଡେ ପାଇଁ ସର୍ବସାଧାରଣଙ୍କ ରାସ୍ତା ବନ୍ଦ ରଖିଲା ପୁଲିସ୍! ଏସପିଙ୍କ ଜନ୍ମଦିନ ଉତ୍ସବ ପାଇଁ ରାସ୍ତାରେ ବ୍ୟାରିକେଟ୍ ଲଗାଯାଇଥିବା ଅଭିଯୋଗ, ପୁଲିସର ସଫେଇ ବଢ଼ାଇଲା ସନ୍ଦେହ

କନକ ବ୍ୟୁରୋ : ବାବୁଙ୍କ ବାର୍ଥ ଡେ ପାର୍ଟି ପାଇଁ ବନ୍ଦ ହୋଇଗଲା ବାରିପଦା ସହରର ପ୍ରମୁଖ ରାସ୍ତା । ବାରିପଦା ଏସପିଙ୍କ ଜନ୍ମଦିନ ପାଳନ ପାଇଁ ପୁଲିସ କର୍ମଚାରୀ ସହରର ପ୍ରମୁଖ ରାସ୍ତାକୁ ରହସ୍ୟମୟ ଭାବେ ଦୁଇ ଘଂଟା ଧରି ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ଫଳରେ ଲୋକେ ଯିବା ଆସିବାରେ ଅସୁବିଧା ଭୋଗିଛନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଗଣମାଧ୍ୟମ କ୍ୟାମେରା ଦେଖି ହଠାତ ବ୍ଲକିଂକୁ ବନ୍ଦ କରି ଦେଇଥିଲା ବାରିପଦା ପୁଲିସ ।

ସମୟ-ଶନିବାର,ରାତି ପ୍ରାୟ ୮ଟା । ବାରିପଦା ଏସପିଙ୍କ ବାସଭବନ,ବସଷ୍ଟାଣ୍ଡ ଓ ମେଡିକାଲକୁ ଯୋଗଯୋଗ କରୁଥିବା ରାସ୍ତାରେ ଶନିବାର ଦିନ ହଠାତ ବ୍ୟାରିକେଡ ଲଗାଇଦେଲା ପୁଲିସ । ଗାଡି ମଟର ଚଳାଚଳ ଉପରେ କଟକଣା ଜାରି କରାଗଲା । ହେଲେ ହଠାତ କାହିଁକି ଏମିତି ବ୍ଲକିଂ ହେଲା କେହି କିଛି ବୁଝିପାରୁ ନଥିଲେ । ଆଉ ସହରର ପ୍ରମୁଖ ରାସ୍ତା ବନ୍ଦ ହୋଇଯିବା ପରେ ବେଶ କିଛି ସମୟ ଧରି ଲୋକେ ବିଭିନ୍ନ ବୁଲାଣି ଦେଇ ଯିବା ଆସିବା କରିଥିଲେ ।

ଖବର ପାଇ ଯେତେବେଳେ ଗଣମାଧ୍ୟମ ପ୍ରତିନିଧି ଘଟଣା ସ୍ଥଳରେ ପହଁଚିଲେ ସେତେବେଳେ ତୁରନ୍ତ ବ୍ୟାରିକେଡ ହଠାଇଦେଲା ପୁଲିସ । ବ୍ଲକିଂକୁ ବି ବନ୍ଦ କରିଦେଲା । ଅଭିଯୋଗ ଅନୁସାରେ ବାରିପଦା ଏସପି ପରମାର ସ୍ମିତ ପର୍ସୋତ୍ତମଦାସଙ୍କ ବାସଭବନରେ ବାବୁଙ୍କ ଜନ୍ମ ଦିନ ପାର୍ଟି ଚାଲିଥିଲା । ଆଉ ଭିଆଇପିଙ୍କ ସେଲିବ୍ରେସନ ପାଇଁ ସର୍ବସାଧାରଣ ରାସ୍ତାକୁ ପୁଲିସ ବନ୍ଦ କରିଦେଇଥିବା ଅଭିଯୋଗ ହୋଇଛି । ସେପଟେ ବ୍ଲକିଂ ନେଇ ଟାଉନ ଥାନା ଅଧିକାରୀ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରିନଥିବା ବେଳେ କହିଛନ୍ତି ଏସପିଙ୍କ ବାସଭବନରେ ଚାଲିଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପାଇଁ ରାସ୍ତାକୁ ବନ୍ଦ କରାଯାଇଥିଲା ।

ଏଠି ପ୍ରଶ୍ନ ଉଠୁଛି ବାରିପଦା ଏସପିଙ୍କ ବାସଭବନରେ ଏମିତି କଣ ବୈଠକ ଚାଲିଥିଲା ଯେ ରାସ୍ତା ବନ୍ଦ କରିବାକୁ ପଡିଲା? ଗଣମାଧ୍ୟମ କ୍ୟାମେରା ଦେଖି ତରବରିଆ ଭାବେ କାହିଁକି ବ୍ୟାରିକେଡ ଉଠାଇ ଦେଲା ପୁଲିସ?ସେପଟେ ରହସ୍ୟମୟ ବ୍ଲକିଂଙ୍କୁ ନେଇ ପୁଲିସ ସ୍ପଷ୍ଟ ସୂଚନା ଦେଇନପାରିବା ପୁରା ଘଟଣାକୁ ରହସ୍ୟମୟ କରିଦେଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe