ବୁଲା କୁକୁରଙ୍କୁ ଦିଆଯିବ ଟିକା । ୨୦୩୦ ସୁଦ୍ଧା ଜଳାନ୍ତକ ରୋଗ ମୁକ୍ତ ହେବ ଓଡିଶା

Advertisment
ବୁଲା କୁକୁରଙ୍କୁ ଦିଆଯିବ ଟିକା । ୨୦୩୦ ସୁଦ୍ଧା ଜଳାନ୍ତକ ରୋଗ ମୁକ୍ତ ହେବ ଓଡିଶା

କନକ ବ୍ୟୁରୋ : ରାଜ୍ୟରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢିବାରେ ଲାଗିଛି । ପ୍ରତିଦିନ କିଏ ନା କିଏ ବୁଲା କୁକୁରଙ୍କ କାମୁଡାର ଶିକାର ହେଉଛନ୍ତି । କୁନି କୁନି ପିଲାମାନେ ବ କୁକୁର ଆକ୍ରମଣର ଶିକାର ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଯାହାଦ୍ୱାରା ଜଳାନ୍ତକ ରୋଗରେ ଅନେକ ଲୋକ ପିଡୀତ ହୋଇ ଜୀବନ ହରାଉଛନ୍ତି । ତେଣୁ ଏହାକୁ ରୋକିବା ପାଇଁ ବଡ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର ।
୨୦୩୦ ସୁଦ୍ଧା ରାଜ୍ୟରୁ ଜଳାନ୍ତକ ରୋଗକୁ ଦୂର କରିବା ପାଇଁ ଅଣ୍ଟା ଭିଡୁଛନ୍ତି ରାଜ୍ୟ ସରକାର । ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏନେଇ ପ୍ରତିକ୍ରିୟା ରଖି କହିଛନ୍ତି, ଦିନକୁ ଦିନ ରାଜ୍ୟରେ ବୁଲା କୁକୁରଙ୍କ ଦୌରାତ୍ମ୍ୟ ବଢିଚାଲିଛି । ଯେଉଁଥିପାଇଁ ଜଳାନ୍ତକ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢୁଛି । ତେଣୁ ଏହାକୁ ରୋକିବା ପାଇଁ ଅର୍ବାନ ହାଉସିଂ ଡେଭଲପମେଣ୍ଟ ସହ ମିଶି ସରକାର ବୁଲା କୁକୁରଙ୍କ ଟିକାକରଣ କରିବା ନେଇ ନିଷ୍ପତ୍ତି ନେଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe