କନକ ବ୍ୟୁରୋ : ଦୁଇ ବର୍ଷ ଭିତରେ ରାଜଧାନୀର ବୁଲା କୁକୁରଙ୍କ ବନ୍ଧ୍ୟାକରଣ ସରିବ । କୁକୁର ବନ୍ଧ୍ୟାକରଣ ନେଇ ହାଇକୋର୍ଟଙ୍କ ଲଗାଇଥିବା ରୋକ ହଟିବା ପରେ ଏଭଳି ସମୟ ଧାର୍ଯ୍ୟ କରିଛି ବିଏମସି । ହେଲେ ସହରରେ କେତେ କୁକୁର ଅଛନ୍ତି ସେହି ହିସାବ ବିଏମସି ପାଖରେ ନାହିଁ । ୨୦୨୫ ସୁଦ୍ଧା କୁକୁର ବନ୍ଧ୍ୟାକରଣ କାମ ଶେଷ କରିବାକୁ ଯୋଜନା ହୋଇଛି । ଏହା ସହିତ ଭୁବନେଶ୍ୱରକୁ ରାବିଜ ଫ୍ରି ସହର ଭାବେ ବିଏମସି ଘୋଷଣା କରିବାକୁ ଯୋଜନା ରଖିଛି ବିଏମସି ।
ଅନ୍ୟପଟେ ଗଣନା ହୋଇନଥିବାର ବିଏମସି ରାଜଧାନୀରେ ଏବେ କୁକୁରଙ୍କ ସଂଖ୍ୟା ୪୫ ହୋଇଥିବା ବୋଲି ଆକଳନ କରୁଛି । ତେଣୁ ଛୁଟି ଦିନ ଛଡା ପ୍ରତିଦିନ ୧୦୦ କୁକୁରଙ୍କ ବନ୍ଧ୍ୟାକରଣ କରିବାକୁ ଯୋଜନା କରାଯାଇଛି । ଏଥିପାଇଁ ଆବଶ୍ୟକ ଭିତିଭୂମୀ ଓ କର୍ମଚାରୀଙ୍କ ଅଭାବ ବଡ ସମସ୍ୟା ସୃଷ୍ଟି କରିବ । କିନ୍ତୁ ବିଏମସିର ଏହି ସବୁ ଯୋଜନା କେବଳ ଆକଳନ ଉପରେ ଚାଲିଛି । ତେଣୁ ଧାର୍ଯ୍ୟ ସମୟରେ ଏହା କେତେ ଦୂର ସଫଳ ହେବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।