ଫଳରୁ ବାହାରୁଛି ଛୁଂଚି, ଆତଙ୍କରେ ଦେଶ । ଦୋଷୀ ଉପରେ ରଖାଗଲା ୫୧ ଲକ୍ଷର ପୁରସ୍କାର

19

ଆଜିକାଲି ଅଷ୍ଟ୍ରେଲିୟା ଓ ନ୍ୟୁଜିଲାଣ୍ଡରେ ଫଳ ଖାଉଥିବା ଲୋକ ଆତଙ୍କିତ ଅଛନ୍ତି । ଷ୍ଟ୍ରବେରୀ ସମେତ ଅନେକ ଫଳରେ ଛୁଂଚି ବାହାରୁଥିବାରୁ ଆତଙ୍କରେ ଅଛନ୍ତି ଲୋକ । ଅଷ୍ଟ୍ରେଲିୟା ଓ ନ୍ୟୁଜିଲାଣ୍ଡରେ ଲୋକ ନିଜର ପ୍ରିୟ ଫଳ ଷ୍ଟ୍ରବେରୀ ଖାଇବାକୁ ଡରୁଛନ୍ତି କାହିିଁକିନା ଏହି ଦେଶର ଲୋକଙ୍କ ମଧ୍ୟରେ ଏହି ଗୁଜବ ବୁଲୁଛି ଯେ, ଷ୍ଟ୍ରବେରୀରେ ଛୁଂଚି ପୁରାଯାଇଛି । ଅଷ୍ଟ୍ରେଲିୟା ଓ ନ୍ୟୁଜିଲାଣ୍ଡରେ ଉତ୍ପାଦକ ମେଟାଲ ଡିଟେକ୍ଟର ଦ୍ୱାରା ଯାଂଚ କରୁଛନ୍ତି । ଲୋକଙ୍କ ମଧ୍ୟରେ ବିଶ୍ୱାସ ଫେରାଇ ଆଣିବା ପାଇଁ ଅଷ୍ଟ୍ରେଲିୟା ସରକାର ଯାଂଚ ଆରମ୍ଭ କରିଛି । କ୍ୱିନ୍ସଲାଣ୍ଡ ଅଂଚଳର ସରକାର ସେହି ବ୍ୟକ୍ତିର ଗିରଫ ଉପରେ ୧ ଲକ୍ଷ ଅଷ୍ଟ୍ରେଲୀୟ ଡଲାରର ପୁରସ୍କାର ରାଶି ଘୋଷଣା କରିଛି, ଯିଏ ସେହି ଅଂଚଳରେ ଷ୍ଟ୍ରବେରୀରେ ଛୁଂଚି ଥିବାର ଗୁଜବ ସୃଷ୍ଟି କରିଛି ।

ଅଷ୍ଟ୍ରେଲିୟାର ଅନେକ ଅଂଚଳରେ ଫଳରୁ କପଡା ସିଲେଇ କରାଯାଉଥିବା ଛୁଂଚି ମିଳିଛି । ମିଡିଆ ରିପୋର୍ଟରେ ଏହା ଦାବି କରାଯାଉଛି କି, ଏମିତି ଏକ ଷ୍ଟ୍ରବେରୀ ଖାଇ ଜଣେ ବ୍ୟକ୍ତି ଗମ୍ଭୀର ଭାବେ ଆହତ ହୋଇଛନ୍ତି ଓ ତାଙ୍କୁ ହସପିଟାଲରେ ଭର୍ତ୍ତି କରିବାକୁ ପଡିଲା । ଏମିତି ଆହୁରି କେତେକ ଫଳରୁ ଖାଇବା ପୂର୍ବରୁ ଛୁଂଚି ମିଳିଥିବା ଜଣାପଡିଛି ।

ଅଷ୍ଟ୍ରେଲିୟାର ସ୍ୱାସ୍ଥ୍ୟ ମନ୍ତ୍ରୀ ଗ୍ରେଗ ହଣ୍ଟ ଅଷ୍ଟ୍ରେଲିୟା-ନ୍ୟୁଜିଲାଣ୍ଡର ଖାଦ୍ୟ ନିରାପତ୍ତା ସଂସ୍ଥାକୁ ଏହି ମାମଲାର ପୁଷ୍ଟି କରିବାକୁ ଆଦେଶ ଦେଇଛନ୍ତି । ଏହି ଖବର ନିଶ୍ଚିତ ହେବା ପରେ ଲୋକଙ୍କଠାରେ ଷ୍ଟ୍ରବେରୀ କାଟି କି ଖାଇବାକୁ ନିର୍ଦ୍ଦେଶ ଜାରି କରିଛନ୍ତି । ଗତ ସପ୍ତାହରେ ଏହି ଗୁଜବ ହେତୁ ଦେଶର ୬ ବଡ ବଡ ଷ୍ଟ୍ରବେରୀ ବ୍ରାଣ୍ଡ ବଜାରରୁ ନିଜର ପ୍ରଡକ୍ଟ ଫେରାଇ ନେଇଛନ୍ତି । ଗୁଜବ ସୃଷ୍ଟି କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ଓ ୧୫ ବର୍ଷ ଦଣ୍ଡବିଧାନର ଶୁଣାଣି କରାଯିବ ବୋଲି ଅଷ୍ଟ୍ରେଲିୟା ପ୍ରଧାନମନ୍ତ୍ରୀ କହିଛନ୍ତି ।