ବିଶିଷ୍ଟ ଉର୍ଦ୍ଦୁ କବି ଅନଓ୍ଵାର୍ ଜଲାଲ ପୁରି ଶ୍ରୀମଦ ଭଗବଦ୍ ଗୀତାର ଅନୁବାଦକ କରିବା ପରେ ଉତ୍ତର ପ୍ରଦେଶର ଜଣେ ମୁସଲମାନ ଯୁବକ ଏବେ ହନୁମାନ ଚାଳିଶାର ଉର୍ଦ୍ଦୁ ଅନୁବାଦ କରିଛନ୍ତି।
ଅନୁବାଦକ ଆବିଦ ଅଲଓ୍ଵି କହନ୍ତି: ମୁଁ ଛଅ ଧାଡ଼ିଆ ‘ମୁସାଦ୍ଦାସ’ ଶୈଳୀରେ ହନୁମାନ ଚାଳିଶା ଅନୁବାଦ କରିଛି। ଚୌପାଇର ଚାରି ଧାଡ଼ି ପରି ମୁସାଦ୍ଦାସର ଅଛି ତିନିଟି ଶେର୍ ଏବଂ ଛଅ ଧାଡ଼ି।ଜୌନପୁରବାସୀ ଯୁବକ କହନ୍ତି ‘ଶିବ ଚାଳିଶା’ ସମେତ ସେ ଏ ଭଳି ଅଧିକ କାମ କରିବା ପାଇଁ ଯୋଜନା କରୁଛନ୍ତି। ଦୁଇ ସମ୍ପ୍ରଦାୟ ପରସ୍ପରଙ୍କ ସଂସ୍କୃତି ଏବଂ ବିଶ୍ୱାସ ବୁଝିବାକୁ ତାଙ୍କର ଏ ପ୍ରୟାସ ବୋଲି ସେ କହନ୍ତି। ଥରେ ସେ ବନାରସ ଯାଇଥିବା ବେଳେ କେତେକ ବିଦେଶୀ ହନୁମାନ ଚାଳିଶା ଆବୃତି କରିବାକୁ ଲୋକମାନଙ୍କୁ କହୁଥିଲେ। ଏହା ଦେଖି ହନୁମାନ ଚାଳିଶା ଅନୁବାଦ କରିବାକୁ ତାଙ୍କର ମନ ବଳିଥିଲା।
ବିନା ପ୍ରମାଦରେ ଏହାକୁ ଉର୍ଦ୍ଦୁରେ ଅନୁବାଦ କରିବାକୁ ତାଙ୍କୁ ତିନି ମାସ ଲାଗିଥିଲା। ଏକଦା ଅଲଓ୍ଵିନ୍ ଥିଲେ ଜଣେ ହିନ୍ଦୀ ଛାତ୍ର। ତାଙ୍କ ବାପା ତାଙ୍କୁ ପ୍ରତ୍ୟେକ ଧାର୍ମିକ ପୁସ୍ତକର ବାସ୍ତବ ଅର୍ଥ ବିଷୟରେ ଶିକ୍ଷା ଦେଉଥିଲେ।
ମୁସଲମାନ ଯୁବକଙ୍କ ହନୁମାନ ଚାଳିଷା ପାଠ! ଅନର୍ଗଳ ପାଠ ପାଇଁ ୩ ମାସ ସମୟ ଲାଗିଥିଲା ।
Advertisment
Follow Us