ଭାରତୀୟ ସଂସ୍କୃତିରେ ମନ୍ଦିରର ଭିନ୍ନ ମାନ୍ୟତା ରହିଛି। ଜୀବନର ଖୁସିର ମୁହୂର୍ତ୍ତ ହେଉ ବା ଦୁଃଖର, ଅନେକ ମନ୍ଦିରକୁ ଯାଇ ଈଶ୍ୱରଙ୍କୁ ସମସ୍ତ ଗୁହାରୀ ଜଣାଇଥାନ୍ତି। ତେବେ ଶ୍ରଦ୍ଧାଳୁମାନେ ମନ୍ଦିର ଯିବା ସହ ଭଗବାନଙ୍କୁ ପ୍ରସାଦ ମଧ୍ୟ ଅର୍ପଣ କରିଥାନ୍ତି । ସାଧାରଣତଃ ଭଗବାନଙ୍କୁ ମନ୍ଦିରରେ ନଡ଼ିଆ,ଉଖୁଡା ଓ ଫଳମୂଳ ଆଦି ବିଭିନ୍ନ ପ୍ରକାରର ପ୍ରସାଦ ଅର୍ପଣ କରିଥିବାର ଦେଖିବାକୁ ମିଳିଥାଏ । ତେବେ ଆପଣ ଜାଣିଛନ୍ତି କି ଭାରତରେ ଏପରି କିଛି ମନ୍ଦିର ରହିଛି ଯେଉଁଠାରେ ଅଦ୍ଭୁତ ପ୍ରକାରର ପ୍ରସାଦ ଭଗବାନଙ୍କୁ ଦିଆଯାଇଥାଏ । ଆସନ୍ତୁ ଜାଣିବା ଭାରତୀୟ ମନ୍ଦିରରେ ପ୍ରଚଳିତ ଅଦ୍ଭୁତ ପ୍ରସାଦଗୁଡ଼ିକ ବିଷୟରେ ।
କେରଳର ବାଳସୁବ୍ରମଣ୍ୟମ୍ ମନ୍ଦିର :
କେରଳର ପ୍ରସିଦ୍ଧ ବାଳସୁବ୍ରମଣ୍ୟମ୍ ମନ୍ଦିରରେ ପ୍ରସାଦ ଭାବେ ଚକଲେଟ୍ ଅର୍ପଣ କରାଯାଏ । ଏଠାରେ ଭକ୍ତମାନଙ୍କ ମଧ୍ୟରେ ଏପରି ମାନ୍ୟତା ରହିଛି କି ଭଗବାନଙ୍କୁ ଚକଲେଟ୍ ଦେବା ଦ୍ୱାରା ତାଙ୍କର ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଭଗବାନ ବାଳସୁବ୍ରମଣ୍ୟମଙ୍କୁ ଚକଲେଟ୍ ପ୍ରସାଦ ଖୁବ୍ ପସନ୍ଦ।
କୋଲକାତା ଚାଇନିଜ୍ କାଳୀ ମନ୍ଦିର :
କୋଲକାତାର ଟାଙ୍ଗରାଠାରେ ଦେଖିବାକୁ ମିଳେ ଚାଇନିଜମାନଙ୍କ ଦ୍ୱାରା ପ୍ରସ୍ତୁତ ଚାଇନିଜ୍ କାଳୀ ମନ୍ଦିର । ଏହି ମନ୍ଦିରକୁ ଚାଇନିଜମାନେ ନିର୍ମାଣ କରିଥିବା ହେତୁ ସେମାନେ ଦେବୀଙ୍କୁ ନୁଡ଼ଲ୍ସ ଏବଂ ପକୋଡ଼ା ପ୍ରସାଦ ଭାବେ ଚଢ଼ାଇଥାନ୍ତି ।
ମଦୁରାଇର ଅଲାଗାର ମନ୍ଦିର :
ଯେ ଦେଶେ ଯାଇ ସେ ଫଳ ଖାଇ ଅନୁସାରେ ଯେଉଁ ଅଞ୍ଚଳର ଭଗବାନଙ୍କୁ ସେହି ଭାବେ ପ୍ରସାଦ ଦିଆଯାଇଥାଏ । ଏଣୁ ଦକ୍ଷିଣ ଭାରତରେ ଅବସ୍ଥିତ ମଦୁରାଇରେ ଥିବା ଭଗବାନ ବିଷ୍ଣୁଙ୍କ ମନ୍ଦିରରେ ପ୍ରସାଦ ଭାବେ ଦୋସା ଦିଆଯାଇଥାଏ ।
ବିକାନିରର କରଣୀ ମାତା ମନ୍ଦିର :
ବିକାନିରର କରଣୀ ମାତା ମନ୍ଦିର ପରିସରରେ ସମୁଦାୟ ୨୦, ୦୦୦ଟି ମୂଷା ବାସ କରନ୍ତି । ଏହି ମୂଷାଙ୍କୁ ମାତାଙ୍କ ବାହାନ ବୋଲି କୁହାଯାଇଥାଏ । ଏହି ମନ୍ଦିରରେ ଚଢ଼ା ଯାଇଥିବା ପ୍ରସାଦକୁ ମନ୍ଦିରରେ ଥିବା ମୂଷା ଅଇଁଠା କରିବା ପରେ ହିଁ ଭକ୍ତମାନଙ୍କ ମଧ୍ୟରେ ବଣ୍ଟା ଯାଇଥାଏ ।
ସୀତାପୁରର ଖବିସ ବାବା ମନ୍ଦିର :
ଉତ୍ତରପ୍ରଦେଶର ସୀତାପୁରଠାରେ ଖବିସ ବାବା ନାମକ ଏକ ମନ୍ଦିର ରହିଛି। ଏହି ମନ୍ଦିରରେ ପ୍ରସାଦ ସ୍ୱରୁପ ଭଗବାନଙ୍କୁ ମଦ ଦିଆଯାଇଥାଏ । ତେବେ ଖାଲି ଯେ ଭଗବାନଙ୍କୁ ପ୍ରସାଦ ଚଢ଼ାଯାଏ ତାହା ନୁହଁ ଭୋଗ ଲାଗିଲା ପରେ ସେହି ମଦକୁ ସମସ୍ତ ଭକ୍ତଙ୍କ ମଧ୍ୟରେ ବଣ୍ଟାଯାଇଥାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2018/05/main-qimg-4e69f2a1b30ee7834e36b3729cd2fc14-c.jpg)