ଅଜବ ଦୋକାନ : ନା ତାଲା ପଡୁଛି ନା ଦୋକାନୀ ଅଛି, ଏଠାରେ ଜିନିଷ ନେଇ ଟଙ୍କା ରଖିଦେଇ ଯାଆନ୍ତି ଗ୍ରାହକ

866

କନକ ବ୍ୟୁରୋ : ଆଜିର ସମୟରେ ଛୋଟ ବଡ ସମସ୍ତ ଦୋକାନୀମାନେ ଦୋକନରୁ ଚୋରୀ ରୋକିବାକୁ ସିସିଟିଭି କ୍ୟାମେରା ଲଗାଉଛନ୍ତି । ଏହାସହ ଏବେ ସମୟରେ ଟଙ୍କା ପଇସା ମାମଲାରେ ଲୋକମାନେ ନିଜର ଲୋକଙ୍କୁ ବି ଭରଶା କରିପାରୁ ନାହାଁନ୍ତି । ହେଲେ ଭାରତରେ ଏମିତି ଏକ ଦୋକାନ ରହିଛି ନା ଦୋକାନରେ ତାଲା ପଡୁଛି ନା କେହି ଦୋକାନୀ ଅଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି ଦୋକାନକୁ ଆସୁଥିବା ଗ୍ରାହକମାନେ ଜିନିଷ ନେଇ ସେଠାରେ ଟଙ୍କା ରଖିଦେଇଯାନ୍ତି ।

ଦୁନିଆର ଏଭଳି ବିରଳ ଦୋକାନ ଗୁଜୁରାଟର ଛୋଟାଉଦୟପୁର ଜିଲ୍ଲା କେବାଡୀ ଗ୍ରାମରେ ରହିଛି । ଏହି ଦୋକାନଟି ବିନା ତାଲାପଡିବାରେ ପୁରା ୨୪ ଘଂଟା ଖୋଲା ରହିଥାଏ । ହେଲେ ଏଭଳି ୩୦ ବର୍ଷ ହେବ ଏଭଳି ଦୋକାନ ଖୋଲା ରହିଥିଲେ ବି ଚୋରୀ ହେବାର ଅଭିଯୋଗ ଆସିନାହିଁ ।

ଏହି ଦୋକାନର ମାଲିକ ହେଉଛନ୍ତି ସଇଦ ଭାଇ । ସେ ୧୮ ବର୍ଷ ବୟସରେ ଏହି ଦୋକାନ ଆରମ୍ଭ କରିଥିଲେ । ସଇଦ ଭାଇ କହିଛନ୍ତି କି ଗ୍ରାହକଙ୍କ ବିଶ୍ୱାସ ଉପରେ ଏହି ଦୋକାନ ୩୦ ବର୍ଷ ହେବ ଚାଲୁଛି । ଏହାସହ ଆଗକୁ ନା ଦୋକାନରେ କବାଟ ଲଗାଇବାର ଯୋଜାନ ଅଛି ନା ଦୋକାନୀ ରହିବାର ଯୋଜନା । ଅନ୍ୟପଟେ ଯଦି ବି ସଇଦ ଭାଇ ଦୋକାନରେ ଥିବା ବେଳେ କୌଣସି ଗ୍ରାହକ ଆସିଥାନ୍ତି ତେବେ ବି ସଇଦ ଭାଇ ସେମାନଙ୍କୁ ଟଙ୍କା ମାଗି ନଥାନ୍ତି । ହେଲେ ଗ୍ରାହକମାନେ ଜିନିଷ ନେଇସାରିବା ପରେ ହିସାବ କରି ଟଙ୍କା ରଖିଦେଇଯାଇଥାନ୍ତି ।

ଏହି ଦୋକାନରେ ସାଧାରଣ ଅତ୍ୟାବଶକୀୟ ସମାଗ୍ରୀ ମହଜୁତ ଥାଏ । ସଇଦ ଭାଇ ଯେତେବେଳେ ଦୋକାନ ଆରମ୍ଭ କରିଥିଲେ ସେତେବେଳେ ସେ ଆଖପାଖର ସମସ୍ତ ଲୋକଙ୍କ ଘରକୁ ଯାଇ ବୁଝାଇଥିଲେ । ସେ କହିଥିଲେ କି ଆପଣଙ୍କର ଯେ କୌଣସି ଜିନିଷ ଦରକାର ପଡିବ ଆପଣଙ୍କ ପାଇଁ ମୋ ଦୋକାନ ୨୪ ଘଂଟା ଖୋଲା ରହିବ । ଏହାସହ ସଇଦ ଭାଇ କହିଛନ୍ତି କି ବ୍ୟବସାୟରେ ଗୋଟିଏ ନିୟମ ହେଉଛି ବିଶ୍ୱାସ । ଯଦି ସେ ଆଜି ପର୍ଯ୍ୟନ୍ତ କିଛି ଭୁଲ କରି ନାହାଁନ୍ତି ତେବେ ତାଙ୍କ ସହ କେହି ବି୍ଶ୍ୱାସ ଘାତକ କାମ କରିବେ ନାହିଁ ବୋଲି ଦୃଢତାର ସହ କହିଛନ୍ତି ସଇଦ ଭାଇ ।

ଏହାସହ ସଇଦ ଭାଇ କହିଛନ୍ତି କି ୪ ବର୍ଷ ପୂର୍ବେ ପ୍ରଥମଥର ପାଇଁ ତାଙ୍କ ଦୋକାନରୁ ଚୋରୀ ହୋଇଥିଲା । ଚୋର ଜଣଙ୍କ ଦୋକାନରୁ ଟଙ୍କା ନନେଇ ବ୍ୟାଟେରୀ ଚୋରୀ କରିଥିଲା । ଏନେଇ ପୋଲିସ ଆସିଥିଲେ ବି ସଇଦ ଭାଇ ଦୋକାନ ଚୋରୀ ନେଇ ପୋଲିସ ପାଖରେ ଅଭିଯୋଗ କରିନଥିଲେ ।