କନକ ବ୍ୟୁରୋ : ନିଜର ଏକଛତ୍ରବାଦୀ ନିତି ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାଆନ୍ତି ଉତରକୋରିଆ ରାଷ୍ଟ୍ରପତି କିମ । କେତେ ବେଳେ ନିଜର ନିଆରା ଷ୍ଟାଇଲ ତ ଆଉ  କେତେବେଳେ ମିସାଇଲ ଓ କ୍ଷେପଣାସ୍ତ୍ର ପରୀକ୍ଷା କରି ବିଶ୍ୱର ଦୃଷ୍ଟି ଆକର୍ଷଣ କରିନ୍ତି କିମ । ତେବେ ବର୍ତମାନ ପୁଣି ଥରେ ଦେଶରେ ଏମିତି କିଛି ନିର୍ଦ୍ଦେଶନାମା ଜାରି କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଚାଲିଛି । ଏକଛତ୍ରବାଦ ଶାସକ କୁକୁରମାନଙ୍କୁ ନେଇ ଏମିତି କିଛି ନିୟମ କରିଛନ୍ତି ଯେ. ଯାହାକୁ ନେଇ ଏବେ ଚିନ୍ତାରେ କୁକୁର ପାଳୁଥିବା ଲୋକେ । ତେବେ କାହିଁକି ଏମିତି ନିଷ୍ପତ୍ତି ନେଲେ କିମ ? ଏମିତି ନିଷ୍ପତ୍ତି ସମସ୍ୟାର ସମାଧାନ କେତେ ଦୂର କରିବ ତାହା ଦେଖିବାର କଥା ।..

Advertisment

କିମ ସରକାରଙ୍କ ଅଜବ ନିର୍ଦ୍ଦେଶ 

କୁକୁର ପାଳିଲେ ଯିବାକୁ ପଡିବ ଜେଲ !

ଘରେ ରଖିପାରିବେନି ପୋଷା କୁକୁର

କୁକୁର ରଖିଲେ କାର୍ଯ୍ୟାନୁଷ୍ଠାନ

ମାରାତ୍ମକ କ୍ଷେପଣାସ୍ତ୍ର ଏବଂ ଅସ୍ତ୍ରଶସ୍ତ୍ର ନିତିଦିନ ପରୀକ୍ଷା କରୁଥିବା ଉତରକୋରିଆ ଏବେ ଖାଦ୍ୟ ଅଭାବର ସମ୍ମୁଖୀନ ହୋଇଛନ୍ତି । ଦେଶରେ ଖାଦ୍ୟ ଅଭାବ ଦୂର କରିବା ପରିବର୍ତେ କୁକୁରମାନଙ୍କୁ ନେଇ ନିର୍ଦ୍ଦେଶ ନାମା ଜାରି କରିଛନ୍ତି । କିମ ସରକାର ନିର୍ଦ୍ଦେଶ ଦେଇଛନ୍ତି କି ଏଣିକି ଘରେ ଲୋକମାନେ କୁକୁର ପାଳନ କରିପାରିବେ ନାହିଁ । କାରଣ ଯେଉଁମାନେ କୁକୁର ପାଳୁଛନ୍ତି ସେମାନଙ୍କ ପୋଷା କୁକୁରକୁ ହତ୍ୟା କରିବା ପାଇଁ କିମ ନିର୍ଦ୍ଦେଶ ଦେଇଛନ୍ତି । ତେବେ କିମଙ୍କ ଏହି ନିର୍ଦ୍ଦେଶ ପରେ ଯେଉଁମାନେ ଘରେ କୁକୁର ପାଳନ କରୁଛନ୍ତି ସେମାନେ ବେଶ ଚିନ୍ତାରେ ଅଛନ୍ତି ।

କାରଣ ଯାହାକୁ ଏତେ ଦିନ ଧରି ଲାଲନପାଳନ କରୁଥିଲେ ସେମାନଙ୍କୁ କେମିତି ମରଣ ମୁହଁକୁ ଠେଲିଦେବେ ? ଏତେ ସ୍ନେହଶ୍ରଦ୍ଧା ଦେଇ ଛୋଟରୁ ବଡ କରିଥିବା ଜୀବକୁ କେମିତି ହତ୍ୟା କରିବେ !! କିନ୍ତୁ କିମଙ୍କ ନିର୍ଦ୍ଦେଶ ବିରୋଧରେ ଏ ପର୍ଯ୍ୟନ୍ତ କେହି ବି ମୁହଁ ଖୋଲିବାକୁ ସାହାସ କରିନାହାନ୍ତି । ମିଳିଥିବା ସୂଚନା ଅନୁସାରେ, ଚଳିତ ଜୁଲାଇ ମାସରେ କିମ ଘୋଷଣା କରିଥିଲେ ଯେ, ଦେଶରେ କୁକୁର ରଖିବା ବେଆଇନ ।

ଏପଟେ କିମଙ୍କ ଏହି ନିର୍ଦ୍ଦେଶ ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯେଉଁମାନଙ୍କ  ଘରେ କୁକୁର ଅଛନ୍ତି ସେମାନଙ୍କ ଘର ଚିହ୍ନଟ ପ୍ରକିୟା ବି ଆରମ୍ଭ କରାଯାଇଛି ।  ମନରେ ଇଚ୍ଛାନଥିଲେ ବି ଲୋକମାନେ ବାଧ୍ୟ ହୋଇ ସରକାରଙ୍କ ନିର୍ଦ୍ଦେଶ ମାନି ନିଜ ପୋଷା କୁକୁର ଛାଡୁଛନ୍ତି । ଆଉ ଏହି କୁକୁର ଗୁଡିକୁ ସରକାରୀ ପ୍ରାଣୀ ଉଦ୍ୟାନରେ ରଖାଯାଉଛି ପରେ ସେହିଠାରୁ ହିଁ କୁକୁରମାନଙ୍କ ମାଂସ ବିକ୍ରି ହେଉଥିବା ରେଷ୍ଟୁର୍ୟାଂଟକୁ ପଠାଯାଉଛି ।

କୋରିଆ ଉପଦ୍ୱୀପରେ କୁକୁର ମାଂସ ବହୁତ ଲୋକପ୍ରିୟ । କହିବାକୁ ଗଲେ ଉତରକୋରିଆ ଅପେକ୍ଷା ଦକ୍ଷିଣ କୋରିଆରେ କୁକୁର ମାଂସର ଚାହିଦା କମିବାରେ ଲାଗିଛି । ତଥାପି ବାର୍ଷିକ ୧ ମିଲିୟନ କୁକୁର ମାଂସ ପାଇଁ ମରନ୍ତି । ପ୍ୟୋଙ୍ଗୟାଙ୍ଗ କୁକୁର ମାଂସ ବିକ୍ରିରେ ଆଗୁଆ । ଗ୍ରୀଷ୍ମ ଓ ଆଦ୍ର ଜଳବାୟୁରେ କୁକୁର ମାଂସକୁ ଅଧିକ ପସନ୍ଦ କରାଯାଏ । ସ୍ଥାନୀୟ ଲୋକଙ୍କର କହିବା ଅନୁସାରେ କୁକୁର ମାଂସ ଖାଇବା କାରଣରୁ ଶରୀରରେ ତାପମାତ୍ରା ବଢିଥାଏ । ଶୀତ ଦିନରେ ଏହାର ଚାହିଦା ଅଧିକ ରହେ  । ଏକ ଅନ୍ତର୍ଜତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ଯେ, କିମଙ୍କ ଏହି ନିର୍ଦ୍ଦେଶକୁ ଲୋକମାନେ ଗ୍ରହଣ କରିନାହାନ୍ତି କିନ୍ତୁ କୌଣସି ବିକଳ୍ପ ନଥିବା କାରଣରୁ ବାଧ୍ୟ ହୋଇ ସରକାରଙ୍କ ନିୟମ ମାନୁଛନ୍ତି ।