ପଂଚାୟତ ନିର୍ବାଚନରେ ଭୋଟରଙ୍କ ଅଜବ ସର୍ତ୍ତ । କହିଲେ ମାଙ୍କଡ ଧରିଲେ ମିଳିବ ଭୋଟ ।

Advertisment
ପଂଚାୟତ ନିର୍ବାଚନରେ ଭୋଟରଙ୍କ ଅଜବ ସର୍ତ୍ତ । କହିଲେ ମାଙ୍କଡ ଧରିଲେ ମିଳିବ ଭୋଟ ।

କନକ ବ୍ୟୁରୋ: ପଂଚାୟତ ନିର୍ବାଚନରେ ସାମ୍ନାକୁ ଆସିଛି ଭୋଟରଙ୍କ ଅଜବ ଦାବୀ । ଗାଁରୁ ମାଙ୍କଡ଼ ହଟାଇଲେ ଭୋଟ୍ ଦେବାକୁ ଦାବି କରିଛନ୍ତି ଭୋଟର । ଭଦ୍ରକ ତାଳପଦା ପଂଚାୟତ ଗୋପ ଗଦାଧରପୁର ଗାଁରେ ମାଙ୍କଡ଼ ଆତଙ୍କ ଖେଳାଇଛନ୍ତି । ଅଢେଇ ମାସ ଭିତରେ ପ୍ରାୟ ୧୦ ଜଣ ଆହାତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ଏବେ ପଂଚାୟତବାସୀଙ୍କ ପାଇଁ ବଡ଼ ମୁଦ୍ଦା ହୋଇଛି । ଯେଉଁ ପ୍ରାର୍ଥୀ ଗାଁରୁ ମାଙ୍କଡ଼ ହଟାଇବେ ତାଙ୍କୁ ଗାଁ ଲୋକେ ସମର୍ଥନ କରିବେ ବୋଲି ଦାବି କରିଛନ୍ତି ଭୋଟର ।

ଭଦ୍ରକ ତିହିଡ଼ି ଅଂଚଳରେ ମାଙ୍କଡ଼ ମାନେ ପନିପରିବା ଫସଲ ନଷ୍ଟ କରିବା ସହ ଲୋକଙ୍କ ଝାଟିମାଟିର ଟିଣ ଛପର ଘର ଭାଙ୍ଗି ନଷ୍ଟ କରୁଛନ୍ତି । ଲୋକଙ୍କ ଘରେ ଓ ଦୋକାନରେ ପଶି ଖାଦ୍ୟ ପଦାର୍ଥ ବୋହି ନେଉଛନ୍ତି । କିଛି ଦିନ ହେଲା ଏଭଳି ଉପଦ୍ରବ କରୁଛନ୍ତି ମାଙ୍କଡ଼ । ହିଂସ୍ର ମାଙ୍କଡ଼ ଦଳ ଗାଁରେ ପଶି ଲୋକଙ୍କୁ ଆକ୍ରମଣ କରୁଛନ୍ତି । ଲୋକେ ଭୟରେ ଘରୁ ବାହାରକୁ ବାହାରି ପାରୁନାହାଁନ୍ତି । ବିଶେଷକରି ମହିଳା, ଛୋଟପିଲା ଓ ବୃଦ୍ଧ ଲୋକଙ୍କ ଆକ୍ରମଣ କରୁଛନ୍ତି ମାଙ୍କଡ଼ । ବାରମ୍ବାର ଏନେଇ ପ୍ରଶାସନ ଓ ବନ ବିଭାଗକୁ ଅଭିଯୋଗ କଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ତେଣୁ ମାଙ୍କଡ଼ ଉପଦ୍ରବରୁ ଗ୍ରାମବାସୀଙ୍କୁ ରକ୍ଷା କଲେ ଭୋଟ୍ ଦେବାକୁ ଦାବି କରିଛନ୍ତି ଲୋକେ । ପାଖାପାଖି ୩୦ରୁ ଅଧିକ ମାଙ୍କଡ଼ ଏହି ଦଳରେ ଥିବା ବେଳେ ବନ ବିଭାଗ ଜନ୍ତା ବସାଇ ମାତ୍ର ଗୋଟିଏ ମାଙ୍କଡ଼କୁ ଧରି କାମ ସାରି ବାଃ ବାଃ ନେଉଥିବା ଲୋକେ ଅଭିଯୋଗ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe