ବାହାଘର ପାଇଁ ଅଜବ ବିଜ୍ଞାପନ, ବର ପାଇଁ ରଖାଯାଇଥିବା ସର୍ତ୍ତକୁ ନେଇ ଚର୍ଚ୍ଚା

ବାହାଘର ପାଇଁ ଅଜବ ବିଜ୍ଞାପନ, ବର ପାଇଁ ରଖାଯାଇଥିବା ସର୍ତ୍ତକୁ ନେଇ ଚର୍ଚ୍ଚା

କନକ ବ୍ୟୁରୋ: ବାହାଘର ପାଇଁ ବିଜ୍ଞାପନ । ତାହା ପୁଣି ଏପରି ବିଜ୍ଞାପନ ଯେ, ଯାହାର ସର୍ତ୍ତ ପଢିଲେ ଆପଣ ଯେତିକି ଆଶ୍ଚର୍ଯ୍ୟ ହେବେ ସେତିକି ହସିବେ । ଝିଅ ପକ୍ଷରୁ ବର ଖୋଜିବାକୁ ଏପରି କିଛି ସର୍ତ୍ତ ରହିଛି ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି ।

ସୋସିଆଲ ମିଡିଆରେ ଏବେ ଏକ ବିହାଘର ବିଜ୍ଞାପନ ଭାଇରାଲ ହେଉଛି ।ଏଥିରେ ଯଦିଓ କିଏ କାହାପାଇଁ ବିଜ୍ଞାପନ ଦେଇଛି ଜଣାପଡୁନାହିଁ କିନ୍ତୁ କମେଣ୍ଟ ସେକ୍ସନକୁ ପଢିବା ପରେ ଏବଂ ବିଜ୍ଞାପନର ସର୍ତ୍ତ ପଢି ମନେହେଉଛି ଏହା କୌଣସି ଝିଅ ପକ୍ଷରୁ ବର ଖୋଜିବାକୁ ଦିଆଯାଇଥିବା ବିଜ୍ଞାପନ ହୋଇଥିବ ନିଶ୍ଚୟ । ବିଜ୍ଞାପନରେ ପାର୍ଟନର ପାଇଁ ଝିଅ ଘର ପକ୍ଷରୁ ଏପରି ସର୍ତ୍ତ ରଖାଯାଇଛି , ଯାହା ପଢିଲେ ଆପଣ ଯେତିକି ହସିବେ ସେତିକି ଆଶ୍ଚର୍ଯ୍ୟ ହେବେ । ତେବେ ଆସନ୍ତୁ ଜାଣିବା ଝିଅ ଘର ପାଇଁ ଜ୍ୱାଇଁର କି କି ଯୋଗ୍ୟତା ଥିବା ଦରକାର ।

ଏହି ବାହାଘର ବିଜ୍ଞାପନର ପ୍ରଥମ ସର୍ତ୍ତ ରହିଛି ଜ୍ୱାଇଁର ବୟସକୁ େଇ । ବିବାହ ପ୍ରସ୍ତାବ ପାଇଁ ଆବେଦନ କରୁଥିବା ପୁଅ ୧୯୯୨ ପୂର୍ବରୁ ଜନ୍ମ ହୋଇନଥିବେ । ଏହାପରେ ଶିକ୍ଷାଗତ ଯୋଗ୍ୟତା: ଦ୍ୱିତୀୟ ସର୍ତ୍ତ ଅନୁସାରେ ବର ପ୍ରାର୍ଥୀ ଏମବିଏ ଏମଟେକ୍, ଏମଏସ୍, କିମ୍ବା ପିଜିଡିଏମ୍ କରିଥିବେ । ଏହି ଡିଗ୍ରୀ ବିଶେଷ ଇନଷ୍ଟିଚ୍ୟୁଟରୁ ପଢିଥିବେ । ବିଜ୍ଞାପନରେ ୭ଟି ଆଇଆଇଟି ଇନଷ୍ଟିଚ୍ୟୁଟର ନାଁ ରହିଛି । ଏହାସହ ନିଟ୍, ଆଇଆଇଆଇଟି. ଆଇଆଇଏସସି ବେଙ୍ଗାଲୁରୁ, ବି ଆଇ ଟିଏସ୍ ପିଲାନି, ଡିଟିୟୁ ଏନଆସ୍ଆଇଟ୍ି ଓ କୋଲକାତା ଯାଦବପୁର ୟୁନିଭର୍ସିଟିର ନାଁ ରହିଛି ।
ଭାଇରାଲ ବିଜ୍ଞାପନ ଅନୁସରେ କିଛି ଖାସ୍ ଅନୁଷ୍ଠାନରୁ ଏମବିଏ କରିଥିବା ପ୍ରାର୍ଥୀଙ୍କୁ ମଧ୍ୟ ବିବାହର ସୁଯୋଗ ମିଳିବ ।
ଲିଷ୍ଟରେ ୬ଟି IIM,FMS, IIFT, ISB, JBIMS, MDI, NITIE, SP Jain, SJMSOM  , XLRI ସାମିଲ କରାଯାଇଛି । ଏହାପରେ ବରର ଦରମା ନେଇ ସର୍ତ୍ତ ରହିଛି । ବର ହେବାକୁ ଥିବା ପ୍ରାର୍ଥୀ କର୍ପୋରେଟ୍ ଜବ୍ କରୁଥିବେ । ଏହାସହ ମାସିକ ଦରମା ୩୦ ଲକ୍ଷରୁ କମ୍ ହୋଇନଥିବ ।

ବର ଦିଲ୍ଲୀ ଏନସିଆର ବାସିନ୍ଦା ହୋଇଥିବ ।
ବରର ପରିବାର ଛୋଟ ପରିବାର ହୋଇଥିବ ।
ଭାଇ ଭଉଣୀ ଦୁଇଜଣ ହୋଇଥିବେ ।
ବରର ପୁରା ପରିବାର ଉଚ୍ଚ ଶିକ୍ଷିତ ହୋଇଥିବେ ।
ଉଚ୍ଚତା ୫ଫୁଟ ୭ ଇଞ୍ଚରୁ ୬ଫୁଟ ହୋଇଥିବ ।

କେବଳ ଏତିକି ନୁହେଁ ବରର ଜାତିକୁ ନେଇ ରହିଛି ଖାସ୍ ସର୍ତ୍ତ: ବର ହେବାକୁ ଥିବା ପ୍ରାର୍ଥୀ ଅଣ ମାଙ୍ଗଳିକ ଅଗ୍ରୱାଲ ଜାତିର ହୋଇଥିବେ ।
@RetardedHurt ଟ୍ୱିଟର ହ୍ୟାଣ୍ଡେଲରୁ ବିବାହ ବିଜ୍ଞାପନର ଏହି ଫଟୋକୁ ସେୟାର କରାଯାଇଛି । ଏବଂ ଏହା ଉପରେ ନେଟିଜେନ୍ସଙ୍କ ମତାମତ ପଚରାଯାଇଛି ।
ଭାଇରାଲ ହେଉଥିବା ଏହି ବିଜ୍ଞାପନକୁ ନେଇ ୟୁଜର୍ସ ମାନେ ଭିନ୍ନ ଭିନ୍ନ ମତ ଦେଇଛନ୍ତି । ଏପରି ବିଜ୍ଞାପନ ଦେଇଥିବା ବିଜ୍ଞାପନକୁ ଏଡାଇ ଦିଆଯିବା ଉଚିତ୍ । ଫଳରେ ଜଣେ ପୁଅର ଜୀବନ ବଞ୍ଚିଯିବ’ ବୋଲି ଜଣେ ୟୁଜର୍ସ କହିଥିବାବେଳେ ଆଉ ଜଣେ ୟୁଜର୍ସ କହିଛନ୍ତି ଏହା ବୋଧେ ଯୁବତୀଭ୍କ ବୟଫେଣ୍ଡଙ୍କ କ୍ୱାଲିଫିକେସନ୍ ।

ଆଉ ଜଣେ ଲେଖିଛନ୍ତି ଏ ବିଜ୍ଞାପନ ଯିଏ ବି ଦେଇଥାଉ ନା କାହିଁକି ଏ ଜନ୍ମରେ ତା’ର ବିବାହ ହୋଇପାରିବ ନାହିଁ’ । ବାହାଘର ପାଇଁ ବିଜ୍ଞାପନ ଦେଇଥିବା ଝିଅର ଯୋଗ୍ୟତା କ’ଣ ବୋଲି କିଛି ୟୁଜର୍ସ ପ୍ରଶ୍ନ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe