କନକ ବ୍ୟୁରୋ : ଭାରତରେ ଥିବା ୧୭ ବ୍ୟାଙ୍କରୁ ପାଖପାଖି ୯ ହଜାର କୋଟି ଟଙ୍କା ଋଣ ନେଇ ବିଦେଶ ପଳାଇଥିବା ବିଜୟ ମାଲ୍ୟାଙ୍କୁ ଆଜି ୬୩ ବର୍ଷ ପୂରିଛି । ତେବେ ନିକଟରେ ମାଲ୍ୟାଙ୍କୁ ସେଠାକାର କୋର୍ଟ ଭାରତ ପ୍ରତ୍ୟାର୍ପଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ସେ ଭାରତ ଫେରିବା ନିଶ୍ଚିତ । ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ପାଇଁ ସରକାର ମଧ୍ୟ ସମସ୍ତ ପ୍ରକାର ବ୍ୟବସ୍ଥା କରୁଥିବା ସୂଚନା ମିଳିଛି । ତାଙ୍କୁ ଏହି ମାସରେ ଭାରତ ଆଣିବା ପାଇଁ ପ୍ରସ୍ତୁତି ହୋଇଥିବା ସମୟରେ କୌଣସି କାରଣରୁ ଜାନୁଆରୀ ପ୍ରଥମ ସପ୍ତାହରେ ତାଙ୍କୁ ଭାରତ ଅଣାଯିବ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । ସାରା ଦେଶରେ ମାଲ୍ୟା ଏବେ ଚର୍ଚ୍ଚିତ ବ୍ୟକ୍ତି ଭାବରେ ପରିଚିତ ଅଛନ୍ତି । କାରଣ ସେ ବ୍ୟାଙ୍କରୁ ଏତେ ଟଙ୍କା ନେଇଛନ୍ତି ଯେ, ବ୍ୟାଙ୍କ ଗୁଡିକ ଋଣରେ ଦେବାଳିଆ ପରିସ୍ଥିତି ଦେଇ ଗତି କରୁଥିବା ସୂଚନା ମିଳିଛି ।
ତାଙ୍କ ପାଖରେ ନିଜସ୍ୱ ଚାଟାର୍ଡ ବିମାନ ସହ ଅନେକ ଦାମୀଘର ଓ ଗାଡି ଥିବା ସହ ଅନେକ ବଙ୍ଗଳା ବିଦେଶରେ ଥିବା ଜଣାପଡିଛି । ମାତ୍ର ୨୮ ବର୍ଷ ବୟସରେ ନିଜ ବାପାଙ୍କ ମୃତ୍ୟୁ ପରେ ସମସ୍ତ ବେପାର ବୁଝନ୍ତି ମାଲ୍ୟା । ଏହାପରେ ୨୦୦୦ ମସିହାରେ ରାଜନୀତିରେ ପ୍ରବେଶ କରନ୍ତି ମାଲ୍ୟା । ପରେ ୨୦୦୨ ମସିହାରେ ରାଜ୍ୟସଭାକୁ ସାଂସଦ ରୂପେ ନିର୍ବାଚିତ ହୁଅନ୍ତି । ତେବେ ପୁଣି ଥରେ ୨୦୧୦ ମସିହାରେ ରାଜ୍ୟସଭାକୁ ନିର୍ବାଚିତ ହୁଅନ୍ତି ମାଲ୍ୟା । ଏହାପରେ କିଙ୍ଗଫିସର ଏୟାରଲାଇନ୍ସ ନଚାଲିବା କାରଣ ପାଇଁ ଧିରେ ଧିରେ ଋଣ ନେବା ଆରମ୍ଭ କରନ୍ତି ମାଲ୍ୟା । ଋଣ ନେଇ ତାହାକୁ ପରିଶୋଧ କରିବା ପାଇଁ ମାଲ୍ୟାଙ୍କ ପକ୍ଷେ ତାହା ସମ୍ଭବ ହୋଇପାରେ ନାହିଁ । ୨୦୧୨ ମସିହାରେ ଏହା ବନ୍ଦ ହେବା ପରେ ଚିନ୍ତାରେ ପଡନ୍ତି ମାଲ୍ୟା ।
ଅତି ସୌଖୀନ ଜୀବନ ବିତାଉଥିବା ମାଲ୍ୟାଙ୍କର ଅଭାବ ହୁଏ ଟଙ୍କା । ତେଣୁ ସେ ବିଦେଶ ପଳାଇଯାଆନ୍ତି । ସେ ଏତେ ପରିମାଣରେ ଭାରତୀୟ ବ୍ୟାଙ୍କ ଗୁଡିକରୁ ଟଙ୍କା ନେଇଛନ୍ତି ଯେ, ଯାହା ପାଇଁ ଆଜି ବ୍ୟାଙ୍କ ଦେବାଳିଆ ପରିସ୍ଥିତି ଦେଇ ଗତି କରୁଛନ୍ତି । ତେଣୁ ମାଲ୍ୟାଙ୍କୁ ଭାରତ ଫେରାଇ ଆଣିବା ପାଇଁ କେନ୍ଦ୍ର ସରକାର ମଧ୍ୟ ଅନେକ ଚେଷ୍ଟା କରନ୍ତି । ପ୍ରଥମେ ସେ ଭାରତରେ ଥିବା ଜେଲରେ ରହିଲେ ତାଙ୍କ ମାନହାନୀ ହେବ ବୋଲି ସେ କହିଥିଲେ ।
ତେଣୁ ତାଙ୍କୁ ମୁମ୍ବାଇର ଏକ ଜେଲରେ ରହିବା ପାଇଁ ଭାରତ ସରକାର ବ୍ୟବସ୍ଥା କରିବା ସହ ତାହାର ଏକ ଭିଡିଓ କରି ସେଠାକାର କୋର୍ଟଙ୍କୁ ପଠାଇଥିଲେ । ତେବେ ମିଳିଥିବା ସୂଚନା ଅନୁସାରେ , କୋର୍ଟ ମାଲ୍ୟାଙ୍କୁ ଭାରତ ଫେରିବା ପାଇଁ ଅନୁମତି ଦେବା ପରେ ସେ କେବେ ଭାରତ ଫେରିବେ ତାହାକୁ ନେଇ ଅନେକ କଳ୍ପନା ଜଳ୍ପନା ଲାଗିରହିଛି । ସେ ଆଜି ଭାରତ ଫେରୁଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ସରକାରଙ୍କଠାରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।