କନକ ବ୍ୟୁରୋ : ଦୁଇ ଭଉଣୀଙ୍କ ଗାନ୍ଧିଗିରି । ନ୍ୟାୟ ନପାଇ ରାଜ୍ୟବ୍ୟାପି ପଦଯାତ୍ରା ଆରମ୍ଭ କରିଛନ୍ତି ଦୁଇ ଦଳିତ ଭଉଣୀ ତଥା ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟଦ । ଦୁଇ ବର୍ଷ ପୂର୍ବେ ବାପାଙ୍କ ମୃତ୍ୟୁ ପରେ ଜାତିଆଣ ଆକ୍ଷେପ କରି ବାପାଙ୍କ ଶେଷ କୃତ୍ୟ କରାଇ ଦେଇ ନଥିବା ସହ ଉଚ୍ଚ ବର୍ଗର ଲୋକେ ଦୁଇ ଭଉଣୀଙ୍କୁ ଅକଥନୀୟ ଅତ୍ୟାଚାର କରୁଥିବା ଅଭିଯୋଗ ହୋଇଛି । ପୋଲିସ ଠାରୁ ଆରମ୍ଭ କରି ରାଷ୍ଟ୍ରପତି ଯାଏଁ, ସମସ୍ତଙ୍କୁ ଗୁହାରି କରି କୌଣସି ସୁଫଳ ନପାଇ ଶେଷରେ ସାରା ରାଜ୍ୟରେ ପଦ ଯାତ୍ରା କରି ନାରୀ ସୁରକ୍ଷାର ବାର୍ତ୍ତା ଦେଇ ଶେଷରେ ଦିଲ୍ଲୀ ରାମଲୀଳା ମୈଦାନରେ ଆତ୍ମାହୁତି ଦେବେ ବୋଲି ଚେତାଇ ଦେଇଛନ୍ତି ଦୁଇ ଭଉଣୀ ।
ଦୁଇ ଭଉଣୀଙ୍କ ଗାନ୍ଧିଗିରି । ନ୍ୟାୟ ଭିକ୍ଷା କରି ଦୁଇ ବର୍ଷ ଧରି ଅହରହ ସଂଗ୍ରାମ ଜାରି ରଖଛିନ୍ତି ଏହି ଦୁଇ ଭଉଣୀ । ଗତ ୧୫ ମାସ ଧରି ଲୋୟର ପି.ଏମ.ଜି ସମ୍ମୁଖରେ ଧାରଣା ଦେବା ପରେ ଏବେ ରାଜ୍ୟବ୍ୟାପି ପଦଯାତ୍ରା ଆରମ୍ଭ କରିଛନ୍ତି କୋରାପୁଟ ଜିଲ୍ଲା ଲାମତପୁଟ ଗାଁର ପାର୍ବତୀ ଓ ଦଇମତି ମାଝୀ । ପ୍ରାୟ ୨୦ ବର୍ଷ ପୂର୍ବେ ନିଜ ଗାଁ ବାରେନଗୁଡାରୁ ବିସ୍ଥାପିତ ହୋଇ ଲମତାପୁଟରେ ଆଶ୍ରୟ ନେଇଥିଲେ ଦଳିତ ପରିବାର । ଗତ ୨୦୧୬ ମସିହା ଡିସେମ୍ବର ୫ ତାରିଖରେ ତାଙ୍କ ବାପା ଦଶରଥ ଖିଲଙ୍କ ମୃତ୍ୟୁ ଘଟିଥିଲା । ବାପାଙ୍କ ମୃତ୍ୟୁ ପରେ ପୌତୃକ ଗାଁକୁ ଶବ ନେବା ପରେ ଶବକୁ ଫିଙ୍ଗିଦେବା ସହ ଦୁଇ ଭଉଣୀଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଥିଲେ । ଏବଂ ପରବର୍ତ୍ତୀ ସମୟରେ ତାଙ୍କ ଜମିବାଡି ହଡପ କରିନେଇଥିବା ଦୁଇ ଭଉଣୀ ଅଭିଯୋଗ କରିଛନ୍ତି ।
ପାର୍ବତୀ ଓ ଦଇମତିଙ୍କ ଜେଜେବାପା ସମରା ମାଝୀ ମଧ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ ଥିବାବେଳେ କୋରାପୁଟ ଜେଲରେ ପ୍ରାଣ ହରାଇଥିଲେ । ଖୋଦ ପାର୍ବତୀ ଏମ.ଏସ.ସି ପାସ କରିଥିବା ବେଳେ ସାନ ଭଉଣୀ ଯୁକ୍ତ ଦୁଇ ପାସ କରିଛନ୍ତି । ତେବେ ଦୁଇ ଶିକ୍ଷିତ ଯୁବତୀଙ୍କୁ ରାଜରାସ୍ତାରେ ଦେଖି ବୁଦ୍ଧିଜୀବି ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।
ବିଧାନସଭା ସମ୍ମୁଖରେ ୧୫ ମାସ ଧାରଣା ଦେବା ପରେ ପ୍ରଥମେ କୋରାପୁଟ ଜିଲ୍ଲା ବୁଲି ଏବେ ମାଲକାନଗିରି ପହଂଚିଛନ୍ତି ଦୁଇ ଭଉଣୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/02/PHOTO-01041705.jpg)
/kanak/media/post_attachments/wp-content/uploads/2019/02/vlcsnap-2019-02-20-16h37m26s775-300x240.png)
/kanak/media/post_attachments/wp-content/uploads/2019/02/vlcsnap-2019-02-20-16h36m38s826-300x240.png)