କନକ ବ୍ୟୁରୋ : କୋଭିଡ଼ରେ ସଂକ୍ରମିତ ହୋଇ ଗୁରୁତର ହୋଇପଡ଼ିଥିଲେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ନିଜର ବେବାକ୍ ଅନ୍ଦାଜ ଓ ବିଧାନସଭାରେ ସରକାରୀ ଦଳକୁ କଡ଼ା ସମାଲୋଚନା କରୁଥିବାରୁ ରାଜ୍ୟ ରାଜନୀତିରେ ଏହି ଚେହେରା ବେଶ ଚର୍ଚ୍ଚିତ । ବିଶେଷକରି ଗଣମାଧ୍ୟମର ଜଣେ ପରିଚିତ ଚେହେରା । ହେଲେ ମହାମାରୀ କରୋନାରେ ସଂକ୍ରମିତ ହୋଇ ହସ୍ପିଟାଲରେ ଥିବା ବେଳେ ବେଶ କିଛି ଦିନ କ୍ୟାମେରା ଠାରୁ ଦୁରେଇ ଯାଇଥିଲେ ।
କୋଭିଡ଼ ସଂକ୍ରମିତ ହେବା ପରେ ହାଇଦ୍ରାବାଦରେ ଚିକିତ୍ସିତ ହେଉଥିଲେ ତାରା ବାହତିନୀପତି । ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ସାରିଛନ୍ତି କଂଗ୍ରେସ ବିଧାୟକ । ଆଉ ନିଜର ଚିରାଚରିତ ଢଙ୍ଗରେ କରୋନା ସମୟର ଏକ ଅନୁଭୁତି ବଖାଣିଛନ୍ତି । ଗୋଟିଏ ସମୟରେ ସେ ଆଉ ସୁସ୍ଥ ହେବେ ନାହିଁ ବୋଲି ଅନୁଭବ କରିଥିଲେ । ତେଣୁ ମନ ଭିତରେ ଥିବା ତାଙ୍କ ଅଭିଳାଷକୁ ପୁଅଙ୍କ ଆଗରେ ପ୍ରକାଶ କରିଥିଲେ । ବାପାଙ୍କ ଇଛା ମୁତାବକ ହାଇଦ୍ରାବାଦରୁ ଏକ ଦାମିକିଆ ଘଣ୍ଟା ଓ ଦିଲ୍ଲୀରୁ ଏକ କଳା ଚଷମା ଆଣିଥିଲେ ପୁଅ । ଆଜି ସେହି ଘଣ୍ଟା ଓ ଚଷମାକୁ ପିନ୍ଧି କରୋନା କାଳର ଅନୁଭୁତି କହିଛନ୍ତି ତାରା ବାହିନୀପତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/08/31-6.jpg)