କନକ ବ୍ୟୁରୋ: ଇଣ୍ଡିଆନ୍ ଆଇଡଲ ୧୪ର ବିଜେତା ହୋଇଛନ୍ତି ବୈଭବ ଗୁପ୍ତା । ଏକ ଛୋଟ ପରିବାରରୁ ଆସିଥିବା ଏହି ପ୍ରତିଭାଧାରୀ କିନ୍ତୁ ଏହି ସଫଳତାରେ ପହଞ୍ଚିବାକୁ ଅନେକ ସଂଘର୍ଷ କରିଛନ୍ତି । ଫାଇନାଲ ଦିନ ଯେଉଁଭଳି ଭାବେ ସୋନୁ ନିଗମ ବିଜେତା ଭାବେ ତାଙ୍କ ହାତ ଉପରକୁ ଉଠାଇଥିଲେ ସେ ସେହି ମୂହୂର୍ତକୁ କେବେ ଭୁଲି ପାରିବେ ନାହିଁ ବୋଲି କହିଛନ୍ତି । ସୋନୁ ନିଗମ ତାଙ୍କୁ ବିଜେତା ବୋଲି ଘୋଷଣା କରିବା ସତ ହୋଇଥିଲେ ବି ତାଙ୍କୁ ସେହି ସମୟରେ ଆଶ୍ଚର୍ଯ୍ୟ ବୋଲି ଲାଗୁଥିଲା । ଏବେ ସେ ତାଙ୍କ ସଂଘର୍ଷର କାହାଣୀ କହିଛନ୍ତି ।
ଛୋଟବେଳେ ସେ ତାଙ୍କ ମାଙ୍କୁ ହରାଇଥିଲେ । ତାଙ୍କୁ ଛୋଟରୁ ବଡ କରିବାରେ କାହାର ଯଦି ସବୁଠୁ ବଡ ଅବଦାନ ଅଛି ତାହେଲେ ସେ ହେଉଛନ୍ତି ତାଙ୍କ ବାପା । ଇଣ୍ଡିଆନ ଆଇଡଲ ଭଳି ମଂଚରେ ସେ ପହଂଚିବାରେ ତାଙ୍କ ବାପାଙ୍କର ଭରପୁର ସମର୍ଥନ ରହିଛି ବୋଲି ବୈଭବ ଏକ ସାକ୍ଷାତକାରରେ କହିଛନ୍ତି । ଏହି ଶୋ ଆରମ୍ଭ ହେବା ପୂର୍ବରୁ ସେ ଆଖି ବୁଜି ତାଙ୍କ ପରିବାରକୁ ମନେ ପକାଉଥିଲେ ଏବଂ ଭଗବାନଙ୍କ ଉପରେ ବିଶ୍ୱାସ ରଖିଥିଲେ । ସେ ଚିନ୍ତା କରୁଥିଲେ ଯେ କିଭଳି ଭଲ ପ୍ରଦର୍ଶନ ହୋଇପାରିବ ତାହା ତାଙ୍କ ଉପରେ ନିର୍ଭର କରେ । ଆଉ ବାକି ସବୁ ତାଙ୍କ ହାତରେ ନାହିଁ । ହେଲେ ହଠାତ ଯେତେବେଳେ ସୋନୁ ନିଗମ ତାଙ୍କୁ ବିଜେତା ବୋଲି ଘୋଷଣା କରିଥିଲେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମଂଚ ନିକଟରେ ତାଙ୍କ ବାପା ମଧ୍ୟ ବସିଥିଲେ । ଆଉ ସେ ବିଜେତା ହୋଇଥିବା ଜାଣିବା ପରେ ଆତ୍ମହରା ହୋଇ କାନ୍ଦି ପକାଉଥିଲେ । ବୈଭବ କହିଛନ୍ତି, ସେ ଏହି ଶୋ’ର ବିଜେତା ହେବାକୁ ଚାହୁଁଥିଲେ । କାରଣ ଏହି ସଫଳତା ତାଙ୍କ ବାପାଙ୍କୁ ଦେବାକୁ ଚାହୁଁଥିଲେ । ସେ କେବଳ ତାଙ୍କ ବାପା ନୁହନ୍ତି ବରଂ ମା ଓ ଜଣେ ଭଲ ସାଙ୍ଗ ବୋଲି କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2024/03/12-2.jpg)