୧୫ ଦିନ ପରେ କାଶ୍ମୀରରୁ ଫେରିବି, ପୁଅଘର ସହ କଥା ହେବି, ତୋ ବାହାଘର କରିବି । ଝିଅକୁ ଏଭଳି ପ୍ରତିଶ୍ରୁତି ଦେଇଥିବା ଜଣେ ସହିଦ ବାପାଙ୍କ କାହାଣୀ ।

648

‘ମୋ ଝିଅ ରୁବି, ୧୫ ଦିନ ପରେ କାଶ୍ମୀରରୁ ଫେରିଲେ ତୋ ବାହାଘର କରିବି, ପୁଅ ଘର ସହ କଥା ହେବି’ ଫେବୃୟାରୀ ୭ ତାରିଖ ୨୦୧୯ରେ ଶେଷ ଥର ପାଇଁ କିଛି ଏହି ଦୁଇ ପଦ ଶୁଣିଥିଲେ ବିହାର ତାରେଗାନର ରୁବି କୁମାରୀ । ବାପା ସଞ୍ଜୟ ସିହ୍ନଙ୍କୁ ଏବେ ବି ଜଗିଛନ୍ତି ରୁବି, କେବେ ଘରର ମୁଖିଆ ବାପା ଆସିବେ ଆଉ ପୁଅ ଘର ସହ କଥା ହେବେ । ରୁବି ଜାଣିଛନ୍ତି ବାପା ଆଉ ଫେରିବେନି କାରଣ ପୁଲୱାମାରେ ଆତଙ୍କୀଙ୍କ ଆତ୍ମଘାତୀ ଆକ୍ରମଣରେ ବାପା ସହିଦ ହୋଇଯାଇଛନ୍ତି। ବର୍ଷେ ତଳେ ବାପାଙ୍କ ମୃତଦେହ ଆସି ଗାଁ ମଶାଣିରେ ପାଉଁଶ ପାଲଟିଯାଇଛି । ତଥାପି ମନ ବୁଝୁନି, କାରଣ ଯେଉଁ ବାପାଙ୍କ ପାଖରେ ନିଜ ଅଳି ଅର୍ଦ୍ଦଳି ସବୁକିଛି କହୁଥିଲେ, ସେହି ବାପାଙ୍କ ବିନା କିଏ ତାଙ୍କ ଜୀବନରେ ରଙ୍ଗ ଭରିଦେବ ।

ସଞ୍ଜୟ ସିହ୍ନ ସିଆରପିଏଫରେ ୧୯୯୩ ମସିହାରେ ଯୋଗ ଦେଇଥିଲେ । ସିଆରପିଏଫରେ ହେଡ଼ କନେଷ୍ଟବଳ ପଦବୀରେ ନିଯୁକ୍ତ ଥିବା ସଞ୍ଜୟଙ୍କ ଘରେ ବାପା-ମା ଓ ପତ୍ନୀଙ୍କ ଛଡା ତିନିଜଣ ସନ୍ତାନ ଅଛନ୍ତି । ଏଠାରେ ସୂଚନା ଥାଉ କି ଗତବର୍ଷ ଫେବୃୟାରୀ ୧୪ ତାରିଖ ଦିନ ଆତଙ୍କବାଦୀଙ୍କ ଆତ୍ମଘାତୀ ବିସ୍ଫୋରଣରେ ଚାଲିଯାଇଥିଲା ୪୦ ଜଣ ଯବାନଙ୍କ ଜୀବନ ।ଏହି ବୀର ପୁତ୍ରଙ୍କୁ ଦେଶ ହରାଇଥିଲା ।