ଭାରତର ଏଭଳି ଏକ ଗାଁ, ଯେଉଁଠି ଆପଣ କିଛି ମଧ୍ୟ ଛୁଇଁପାରିବେନି ! ଜାଣନ୍ତୁ କାହିଁକି

32

ଭାରତର ପ୍ରତ୍ୟେକ କ୍ଷେତ୍ରରେ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ । କିନ୍ତୁ ଏମିତି ବି କିଛି ଗାଁ ରହିଛି ଯାହାର ପରମ୍ପରା ଜାଣିଲେ ଆପଣ ଆଶ୍ଚଯ୍ୟ ହେବେ । ଭାରତରେ ଏମିତି ଏକ ଗାଁ ରହିଛି ଯେଉଁଠି ବାହାର ବ୍ୟକ୍ତିଙ୍କୁ ଗାଁର କୌଣସି ଜିନିଷ ଛୁଇଁ ପାରିବେନି ନିୟମ ରହିଛି । ଯଦି କୌଣସି ବ୍ୟକ୍ତି ଗାାଁ କୌଣସି ଜିନିଷ ଛୁଇଁଥାନ୍ତି ତେବେ ଏଥିପାଇଁ ଏମାନଙ୍କୁ ଜରିମାନା ମଧ୍ୟ ଦେବାକୁ ପଡିଥାଏ । ଯଦି କୌଣସି ବ୍ୟକ୍ତି ଭୁଲରେ ମଧ୍ୟ ଗାଁର କୌଣସି ଘର, ଦୋକାନ ଓ ମଣିଷକୁ ଛୁଇଁଥାଏ ତେବେ ତାଙ୍କୁ ୧୦୦୦ ଟଙ୍କା ଜରିମାନା ଦେବାକୁ ପଡିଥାଏ । ଏହିଭଳି ଗାଁ ହିମାଚଳ ପ୍ରଦେଶର କୁଲୁ ଅଞ୍ଚଳରେ ରହିଛି । ଯାହାର ନାଁ ହେଉଛି ମଲାନା ।

ଏଭଳି ଏକ ଅଜବ ନିୟମ ପଛରେ ଏକ ବଡ କାରଣ ମଧ୍ୟ ରହିଛି । ଏଠାକାର ବାସିନ୍ଦା ନିଜକୁ ଆଲେଜାଣ୍ଡାରଙ୍କ ବଂଶଜ ବୋଲି ଭାବିଥାନ୍ତି । ଅନ୍ୟ ମାନଙ୍କୁ ଛୋଟ ଭାବିବା ସହ ସେମାନଙ୍କୁ ଛୁଇଁବାରୁ ମଧ୍ୟ ଦୂରେଇ ରହିଥାନ୍ତି । ଏହାସତ୍ତେ୍ୱ ମଧ୍ୟ ମଲାନାକୁ ପ୍ରତିବର୍ଷ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଆସିଥାନ୍ତି । କିନ୍ତୁ ଗାଁ ମଧ୍ୟକୁ ପ୍ରବେଶ କରିବା ପରେ ଗ୍ରାମର ଅନ୍ୟ କୌଣସି ଜିନିଷକୁ ଛୁଇଁବା ପର୍ଯ୍ୟଟକ ମାନଙ୍କ ବାରଣ ଥାଏ ।

ଖାସକରି ପର୍ଯ୍ୟଟକ ମାନଙ୍କ ପାଇଁ ଗ୍ରାମରେ ନୋଟିସ ବୋର୍ଡ ମଧ୍ୟ ଲଗାଯାଇଥାଏ । ଯେଉଁଥିରେ ସ୍ପଷ୍ଟ ଭାବେ ଲେଖାଯାଇଛି ଯେ, ପର୍ଯ୍ୟଟକ ଗ୍ରାମର ଯେକୌଣସି ଜିନିଷ ଛୁଇଁଲେ ସେମାନଙ୍କୁ ଏକ ହଜାର ଟଙ୍କା ଜରିମାନା ନଚେତ ଏକ ଛେଳି ଦେବାକୁ ପଡିଥାଏ । ଏହାଛଡା ପର୍ଯ୍ୟଟକମାନଙ୍କୁ ଗାଁ ମଧ୍ୟରେ ରହିବାକୁ ମଧ୍ୟ ଅନୁମତି ମିଳିନଥାଏ । ପର୍ଯ୍ୟଟକଙ୍କ ରହିବା ପାଇଁ ଗାଁ ବାହାରେ ଟେଣ୍ଟ ନିର୍ମାଣ କରିଯାଇଥାଏ ।

ମଲାନା ଗାଁକୁ ଆସିଥିବା ପର୍ଯ୍ୟଟକ ଯଦି କୌଣସି ସାମଗ୍ରୀ ଦୋକାନରୁ କିଣିବାକୁ ଚାହୁଁଥାନ୍ତି ତେବେ ସେମାନଙ୍କୁ ଦୋକାନ ମଧ୍ୟକୁ ଯିବାକୁ ମଧ୍ୟ ବାରଣ କରାଯାଇଛି । ପର୍ଯ୍ୟଟକଙ୍କୁ ଦୋକାନ ବାହାରେ ରହି ଦୋକାନୀଙ୍କୁ ସାମଗ୍ରୀର ମୂଲ୍ୟ ପଚାରିବାକୁ ପଡିଥାଏ ଓ ଦୋକାନ ବାହାରେ ଟଙ୍କା ରଖିବାକୁ ପଡିଥାଏ । ଦୋକାନୀ ମଧ୍ୟ ସମାନ ଢଙ୍ଗରେ ପର୍ଯ୍ୟଟକ ମାଗିଥିବା ସାମଗ୍ରୀ ବାହାରେ ରଖି ଟଙ୍କା ନେଇଥାନ୍ତି । ତେବେ ଏହି ନିୟମ ଗାଁ ଲୋକଙ୍କ ପାଇଁ ଉର୍ଦ୍ଦିଷ୍ଟ ନୁହେଁ । ଏହାଛଡା ପର୍ଯ୍ୟଟକ ମାନଙ୍କ ଆଉ ଏକ ନିୟମ ମଧ୍ୟ ରହିଛି । ପର୍ଯ୍ୟଟକ ମାନେ ଗାଁର ଫଟୋ ଉଠାଇ ପାରିବେ କିନ୍ତୁ ଏହାର ଭିଡିଓ କରିପାରିବେ ନାହିଁ । ଏହିଭଳି କିଛି ନିୟମ ମଲାନା ଗାଁରେ ରହିଛି । ତେଣୁ ପର୍ଯ୍ୟଟକ ମାନେ ଯଦି ଏହି ସ୍ଥାନକୁ ଯାଉଛନ୍ତି ତେବେ ଏହି ଗାଁ ବାବଦରେ ଜାଣି ରଖିବା ଉଚିତ ।