କନକ ବ୍ୟୁରୋ : ସାରାଦେଶରେ ଉତ୍ସବର ମାହୋଲ । ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏନେଇ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ରାମ ସୀତାଙ୍କ ପୂଜନ କରାଯାଉଛି । ରାମ ଧ୍ୱନୀରେ ପ୍ରକମ୍ପିତ ହେଉଛି ପରିବେଶ । ସେହିଭଳି ଗଜପତି ଗୋଷାଣୀ ବ୍ଲକରେ ରହିଛି ସୀତା ପାହାଡ । ସେହି ପାହାଡ ଉପରେ ପୂଜା ପାଉଛନ୍ତି ପ୍ରଭୁ ରାମଚନ୍ଦ୍ର ଓ ମାତା ସୀତା । ଅନ୍ୟ ଦିନ ଅପେକ୍ଷା ମକର ସଂକ୍ରାନ୍ତିରେ ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରାଯାଇଥାଏ । ୫ ଦିନ ପର୍ଯ୍ୟନ୍ତ ପ୍ରଭୁ ରାମ ଓ ସୀତାଙ୍କ ନିକଟରେ ହୋମଯଜ୍ଞ କରାଯିବା ସହିତ ଦୂରଦୂରାନ୍ତରୁ ଭକ୍ତଙ୍କ ଗହଳି ଲାଗିଥାଏ । ମାଆ ସୀତାଙ୍କ ଆସ୍ଥାନ ନେଇ ଏଠାରେ ରହିଛି ପୁରୁଣା କିମ୍ବଦନ୍ତୀ । ପ୍ରଭୁ ରାମଚନ୍ଦ୍ର ଓ ଲକ୍ଷ୍ମଣଙ୍କ ସହ ମାତା ସୀତା ଅଯୋଧ୍ୟା ଫେରିବା ସମୟରେ ଏହି ସ୍ଥାନରେ ବିଶ୍ରାମ ନେଇଥିଲେ । ସେହି ସମୟରେ ଗାଁର ଲୋକଙ୍କୁ ଏକାଠି କରି ସେମାନଙ୍କ ସହ କିଛି ସମୟ ବିତାଇଥିଲେ । ତାପରଠାରୁ ଏହି ଜାଗା ସୀତା ମ।।ତାଙ୍କ ନାଁରେ କରାଯାଇଥିଲା ।

Advertisment

ବର୍ଷ ଅପେକ୍ଷା ମକର ସଂକ୍ରାନ୍ତିର ଏହି କିଛି ଦିନ ପାହାଡରେ ଭିଡ ଲାଗିଥାଏ । ଦୂରଦୂରାନ୍ତରୁ ଶ୍ରଦ୍ଧାଳୁ ମାନେ ଆସି ଏଠାରେ ମାତା ସୀତାଙ୍କ ପୂଜାର୍ଚ୍ଚନା କରିଥାନ୍ତି । ପାହାଡ ଚଢି ଟ୍ରାକିଂ କରିବା ଆଉ ବୁଲିବାର ମଜା ନେଇଥାନ୍ତି ଲୋକେ । ବ୍ୟବସାୟୀ ମାନେ ମଧ୍ୟ ଦୁଇ ପଇସା ଲାଭ କରିବାକୁ ପସରା ମେଲାଇ ବସନ୍ତି ।

ପ୍ରତିବର୍ଷ ଭଳି ଚଳିତଥର ମଧ୍ୟ ମାଆ ସୀତାଙ୍କ ପାହାଡ ଉପରେ ଧୁମଧାମର ପୂଜା କରାଯାଇଥିଲ।। । ଦୂରରୁ ଆସୁଥିବା ଶ୍ରଦ୍ଧାଳୁ ମାନେ ପୂଜା କରି ମାଆ ସୀତାଙ୍କ ଆଶୀର୍ବାଦ ନେଇଥିଲେ ।