ଭାରତରେ ଅଛି ଏମିତି ମନ୍ଦିର, ଯେଉଁଠି ପୂଜା ପାଅନ୍ତି ଦୁର୍ଯ୍ୟୋଧନ। ମହାଭାରତରେ ଭିଲେନ୍, କିନ୍ତୁ ଏଠାରେ ଲୋକଙ୍କ ପାଇଁ ଭଗବାନ

318

କନକ ବ୍ୟୁରୋ: ମହାଭାରତର ଖଳନାୟକ ଚରିତ୍ର ଦୁର୍ଯ୍ୟୋଧନ, ହେଲେ ଏଠାରେ ଲୋକଙ୍କ ପାଇଁ ଭଗବାନ । ମନ୍ଦିର କରି ଦୁର୍ଯ୍ୟୋଧନ ଙ୍କୁ ପୂଜା କରୁଛନ୍ତି ଲୋକେ । ଏହି ପରମ୍ପରା ବର୍ଷ ବର୍ଷ ଧରି ଚାଲି ଆସୁଛି । ଆପଣ କେବେ ବି ଆଗରୁ ଦୁର୍ଯ୍ୟୋଧନ ମନ୍ଦିର ନେଇ କେବେ ହେଲେ ଶୁଣିନଥିବେ । ହେଲେ ଏ କଥାଟି ସତ ଯେ ଦୁର୍ଯ୍ୟୋଧନଙ୍କୁ ମନ୍ଦିରରେ ଭଗବାନଙ୍କ ପରି ପୂଜା କରାଯାଉଛି । ଏପରି ଏକ ଅଂଚଳ ହେଉଛି ଆମ ଦେଶର ଉତରାଖଣ୍ଡର ଜାଖୋଲି । ଏହି ଠାରେ ରହିଛି ଦୁର୍ଯ୍ୟୋଧନଙ୍କ ମନ୍ଦିର । ନିଜକୁ କୌରବଙ୍କ ବଂଶଜ ବୋଲି ଦାବି କରି ଆସୁଥିବା ଏଠାକାର ଅଧିବାସୀ ମନ୍ଦିରରେ କୌରବ ଯୁବରାଜ ଦୁର୍ଯ୍ୟୋଧନଙ୍କୁ ପୂଜା କରି ଆସୁଛନ୍ତି ।

କେବଳ ଏତିକି ନୁହଁ ଦୁର୍ଯ୍ୟୋଧନଙ୍କ ପରି ଆଉ ଏକ ଅଂଚଳରେ ଦେଖିବାକୁ ମିଳିଥାଏ କର୍ଣ୍ଣଙ୍କ ମନ୍ଦିର । ଉତରାଖଣ୍ଡର ନେତୱର ଅଂଚଳରେ ରହିଛି କର୍ଣ୍ଣଙ୍କ ମନ୍ଦିର । ଏଠାରେ ଲୋକେ ରୀତିନୀତିରେ କର୍ଣ୍ଣଙ୍କୁ ପୂଜା କରୁଛନ୍ତି । ଜାଖୋଲି ପରି ଉତରାଖଣ୍ଡର ଓସଲା, ଗଙ୍ଗର ଓ ଦାତମିରରେ କୌରବ ଯୁବରାଜ ଦୁର୍ଯ୍ୟୋଧନଙ୍କ ମନ୍ଦିର ମଧ୍ୟ ଦେଖିବାକୁ ମିଳିଥାଏ । ଭାରତରେ କେବଳ ଏହି ଅଂଚଳରେ ହିଁ ଦୁର୍ଯ୍ୟୋଧନଙ୍କ ମନ୍ଦିର ଦେଖିବାକୁ ମିଳଥାଏ । ମହାଭାରତର ଭିଲେନ୍ ଚରିତ୍ର ଦୁର୍ଯ୍ୟୋଧନଙ୍କୁ ମନ୍ଦିରରେ ପୂଜା କରିବା ନେଇ ଏହି ଅଂଚଳ ବେଶ୍ ଖ୍ୟାତି ହାସଲ କରିଛି ।